ଭୁବନେଶ୍ୱର:ସର୍ବଦା ଚାଷୀ ଓ ଚାଷକୁ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫କୋଟି ୨୦ଲକ୍ଷ ଟଙ୍କାର ରାଜ୍ୟ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ଓଡ଼ିଶାର ଅଧିକାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭର କରନ୍ତି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପାଇଲଟ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ହଜାରେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରାଯିବ । ଏଥିରେ ୧୨ଟି କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ପ୍ରକଳ୍ପ ସାହାଯ୍ୟରେ ନବରଙ୍ଗପୁର ଜିଲ୍ଲାର ଶିକ୍ଷା, ଅପପୃଷ୍ଟି ଓ ଆର୍ଥିକ ସମସ୍ୟା ଦୂର କରିବ । ଲେମନ ଗ୍ରାସ, ହଳଦୀ, ସୁଗନ୍ଧ ତୈଳ, ଔଷଧୀୟ ବୃକ୍ଷ ଉତ୍ପାଦନ କରାଯିବ ।
୫କୋଟି ୨୦ଲକ୍ଷ ଟଙ୍କାର ପାଇଲଟ ପ୍ରକଳ୍ପ ୨ବର୍ଷ ପାଇଁ କରାଯିବ । ୨ବର୍ଷର ଏହି ପାଇଲଟ ପ୍ରକଳ୍ପରୁ ୮ମାସରେ ହିଁ ଫଳାଫଳ ମିଳିବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ।