ନବୀନ ଶାସନକୁ ପ୍ରଶଂସା କଲେ ଅମିତ ଶାହା :ପ୍ରଶଂସା ପଛରେ ରହିଛି କ’ଣ ବଡ ରହସ୍ୟ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରାରେ ହଠାତ୍ ପରିବର୍ତନ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁବେଳେ କେନ୍ଦ୍ର ଅବହେଳା କଥା ଜପି...

ଭୁବନେଶ୍ୱର: ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେହେରାରେ ହଠାତ୍ ପରିବର୍ତନ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁବେଳେ କେନ୍ଦ୍ର ଅବହେଳା କଥା ଜପି ଆସୁଥିବା ନବୀନ ଏଥର କିନ୍ତୁ କେନ୍ଦ୍ରର ସହାୟତାକୁ ଦେଇଛନ୍ତି ସାବାସି  । ଫୋନି ବାତ୍ୟା ପରେ ଓଡିଶାର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ଅଜାଡି ଦେଇଛନ୍ତି ସହାୟତା  । ଆଉ ଓଡିଶାର ପୁନଃନିର୍ମାଣରେ ଅର୍ଥ ବାଧକ ସାଜିବ ନାହିଁ , ମ୍ୟାନ୍ , ମନି ଓ ମେସିନ୍ ସବୁ ସହାୟତା ଯୋଗାଇଦେବା ନେଇ ପରମ୍ପରା ଭାଙ୍ଗି ରାଜ୍ୟ ସରକାର କ୍ଷୟକ୍ଷତି ଆକଳନର ରିପୋର୍ଟ ଦେବା ପୂର୍ବରୁ ମୋଦି ସରକାର ବଢାଇଛନ୍ତି ସହଯୋଗର ହାତ  । ସେଥିପାଇଁ ଓଡିଶାରେ ଦୁଇ-ଦୁଇଟି କେନ୍ଦ୍ରୀୟ ଟିମ୍ ପହଁଚି କରିଛନ୍ତି ସ୍ଥିତିର ସମୀକ୍ଷା  । ତେବେ ଏହାପୂର୍ବରୁ ଏବେ ନବୀନଙ୍କ କେନ୍ଦ୍ର ଅବହେଳା ରେକର୍ଡ ବନ୍ଦ ହୋଇ କେନ୍ଦ୍ରର ପ୍ରଶଂସାରେ ଶତମୁଖ ନବୀନ  ।

କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଏପରି କାମରେ ଖୁସି ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ  । ଆଉ ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା ପୁନଃରୁଦ୍ଧାର କାମରେ ଲାଗିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବା ପରେ ଏହାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି  । ପ୍ରଥମେ ସମଦୂରତା କଥା କହି ବିଜେପି ଓ କଂଗ୍ରେସ ଠାରୁ ଦୂରରେ ରହିଥିବା ନବୀନ ପଟ୍ଟନାୟକ କହିଥିଲେ  । ଏହାପରେ ଓଡିଶାର ସ୍ୱାର୍ଥ କଥା ଉଠାଇ ନିଜର କଥାକୁ ନିଜେ  କାଟିଲେ  । ଏବେ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବା ଏବେ ରାଜନୈତିକ ପାଣିପାଗ ମାହୋଲକୁ ସରଗରମ କରିଦେଇଛି  । ଏପରିକି କେନ୍ଦ୍ରରେ ମୋଦି ସରକାର ଆସିବା ଏକପ୍ରକାର ଜଣାପଡିବା ପରେ ନବୀନଙ୍କ ଚେହେରାରେ ଏପରି ପରିବର୍ତନ ଆସିଛି  । ବାଧ୍ୟ ହୋଇ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତପ୍ରକାଶ କରିଛନ୍ତି  ।

ଅନ୍ୟପଟେ ଦେଖିବାକୁ ଗଲେ ନବୀନଙ୍କ ନାଁରେ ବିଭିନ୍ନ ଦୁର୍ନୀତି ଥିବାର ଅଭିଯୋଗ ଆସିଛି  । ସେ ଚିଟପଣ୍ଡ ଦୁର୍ନୀତି ହେଉ ବା କୋଲବ୍ଲକ ଦୁର୍ନୀତି ମାମଲା ହେଉ  । ଏପରିକି କୋଲବ୍ଲକ ଦୁର୍ନୀତି ମାମଲାରେ ତାଙ୍କୁ ସିବିଆଇ ପଚାରାଉଚୁରା କରିଥିବାର କଥା ଅଭିଯୋଗ ହୋଇଛି  । ତେଣୁ ଏପରି ସ୍ଥିତିରେ କେନ୍ଦ୍ରରେ ଯିଏ ସରକାର କରିବ ତାର ଗୋଡାଣିଆ ନବୀନ ବାବୁ ହେବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମତ  । ଯେହେତୁ କେନ୍ଦ୍ରରେ ପୁଣିଥରେ ନରେନ୍ଦ୍ର ମୋଦି ସରକାର ହେବାନେଇ ସାଧାରଣରେ ଚର୍ଚ୍ଚା ହେଉଛି ସେଥିପାଇଁ ନବୀନ ପଟ୍ଟନାୟକ ମୋଦିଙ୍କ ପଛରେ ଗୋଡାଣିଆ ହୋଇ ଏପରି ପ୍ରଶଂସା କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି  ।

Spread the love
Categories
ପଲିଟିକ୍ସ

RELATED BY