ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ରେ ରାଜ୍ୟବାସୀ କେତେ ପ୍ରଭାବିତ ହୋଇଛନ୍ତି ତାହା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ସେ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବୁଲବୁଲ୍ କ୍ଷୟକ୍ଷତି ବୁଲି ଦେଖିଛନ୍ତି। ଏହାପରେ  ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍‌ କମିସନଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି।

ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ ‘ବାତ୍ୟା ବୁଲ୍‌ବୁଲ୍‌ ପରେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଚଳିତ ମାସ ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌। ପ୍ରଭାବିତ  ଜିଲ୍ଲାକୁ ୧୪ ଓ ୧୫ ତାରିଖରେ ସେମାନେ ଗସ୍ତ କରିବେ । ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି ୧୬ ତାରିଖରେ ପୁଣି ଦିଲ୍ଲୀ ଫେରିଯିବେ। ବୁଲ୍‌ବୁଲ୍‌ ପରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଏହି  କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି ସୂଚନା ରହିଛି।