ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର: ନବୀନ

ରାୟଗଡ଼ା:ରବିବାର ଦକ୍ଷିଣ ଓଡ଼ିଶାର ରାୟଗଡ଼ାରେ ହାଇଟେକ୍‌ ନିର୍ବାଚନୀ ପ୍ରଚାର କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିଜେଡ଼ି ସରକାର କାମ କରୁଛି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଆରମ୍ଭ କରିଛି। ଏଥିରେ ଏଯାଏଁ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ଆହୁରି ୨୦ ଲକ୍ଷ ଚାଷୀ ଉପକୃତ ହେବେ। ନିର୍ବାଚନରେ କ୍ଷମତାକୁ ଆସିଲେ ସରକାର ପ୍ରଥମ ଦିନରେ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦେବେ।

ନବୀନ ପାରଳାଖେମୁଣ୍ଡି ସାଧାରଣ ସଭାରେ କହିଛନ୍ତି, ଆମେ ଗରିବଙ୍କ ପାଇଁ ଆହାର ଯୋଜନା କରିଛୁ। ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଗାଉଛୁ। ଟଙ୍କିକିଆ ଚାଉଳ ଦେବାକୁ କେନ୍ଦ୍ର ମନାକଲା। ତିତ୍‌ଲି ବାତ୍ୟା ବେଳେ କେନ୍ଦ୍ର ଆଗ ଆନ୍ଧ୍ରକୁ ଗଲା।