ଅନୁଗୁଳ ଗସ୍ତରେ ଯାଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ

ଅନୁଗୁଳ: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଆସି ପ୍ରଥମେ ପାଲଲହଡାର ଖମାରଠାରେ ବିଜେଡି ପାର୍ଥୀ ଏବଂ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ମହେଶ ସାହୁଙ୍କୁ ଜିତାଇବା ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ପରେ ସେ ଅନୁଗୁଳର ବନ୍ତଳାଠାରେ ଆୟୋଜିତ ସଭାରେ ଯୋଗ ଦେଇ ଅନୁଗୁଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ଓ ଲୋକସଭା ପାଇଁ ପୁଣିଥରେ ମହେଶ ସାହୁଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ । ତତ୍ସହିତ ବିଜେଡି ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।