ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାମ୍ମୁ-କାଶ୍ମୀରରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ଅଜିତ୍ କୁମାର ସାହୁଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହିଦ୍ ଅଜିତ୍ ସାହୁ ଦେଶର ସୁରକ୍ଷା ଓ ଏକତା ପାଇଁ ଚରମ ତ୍ୟାଗ ଓ ବଳିଦାନ ଦେଇଛନ୍ତି ।
ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରେ ଉଗ୍ରପନ୍ଥୀ ଆକ୍ରମଣରେ ଓଡ଼ିଶାର ଅଜିତ୍ ସାହୁ ସହିଦ୍ ହୋଇଛନ୍ତି । ସେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳର ବଡସୁଆଁଳ ଗ୍ରାମର ଅଧିବାସୀ ।
ଆତଙ୍କବାଦୀ କାର୍ଯ୍ୟକଳାପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଏବଂ ସହିଦଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।