ନବୀନଙ୍କ କନ୍ଧମାଳ ଗସ୍ତ, ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଦେଲେ ଭେଟି

କନ୍ଧମାଳ : ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ  ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ନଦୀପଦର ଠାରେ ୧୫ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ ହେବ । ବାଲିଗୁଡ଼ାର ଖମାରୀଖୋଲରୁ ଗୁଡ଼ିମାସ୍କା ରାସ୍ତାର ଉନ୍ନତିକରଣ ଲାଗି ୮ କୋଟି ଟଙ୍କା ଖର୍ଚ୍ଚ ହେବ । ରାଇକିଆରୁ ମାଣିକେଶ୍ୱର ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା । ସେହିଭଳି ବାଲିକୁଦା ଏନଏସିରେ ପାଇପ ପାଣି ପ୍ରକଳ୍ପର ମଧ୍ୟ ଘୋଷଣା କରିଛନ୍ତି ନବୀନ । ଏଥିଲାଗି ୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଅବସରରେ ଏକ ଯୁବ ସମାବେଶର ଆୟୋଜନ କରାଯାଇଥିଲା ।  କନ୍ଧମାଳ ସମେତ ଗଂଜାମ, ଗଜପତି, ବୌଦ୍ଧ, ନୟାଗଡ ଆଦି ୫ଟି ଜିଲ୍ଲାର ୩୦ ହଜାରରୁ ଅଧିକ ବିଜୁ ଯୁବ ବାହିନୀର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ ।