ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ମୁଖ୍ୟମନ୍ତ୍ରୀ ଓ ଝାରସଗୁଡା ବିଧାୟକ ନବ ଦାସଙ୍କ ହେଲିକେପ୍ଟର, ଦେଖନ୍ତୁ ଭିଡିଓ

ଝାରସୁଗୁଡା : ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜ୍ଝଗତକାଲି ଝାରସୁଗୁଡା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟର ଦୁର୍ଘଟଣାରୁ ବର୍ତିଲା ଜ୍ଝଏ ସଂପର୍କିତ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଥିବା ବେଳେ ବିମାନବନ୍ଦର କର୍ତ୍ରୁପକ୍ଷଙ୍କ ଖାମଖିଆଲି ନିର୍ଦ୍ଦେଶକୁ ଟାର୍ଗେଟ କରିଛନ୍ତି ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତି ଜ୍ଝଗତକାଲି ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଆସି ଝାରସୁଗୁଡାର ବୀର ସୁରେନ୍ଦ୍ରସାଏ ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରୁ ପୁର୍ବରୁ ଉପସ୍ଥିତ ଥିବା ଏକ ହେଲିକେପ୍ଟରରେ କୋଲାବିରାରେ ଅତ୍ମୋସର୍ଗ ଦିବସରେ ଯୋଗଦେବାକୁ ବାହାରିଥିଲେ ଜ୍ଝବିମାନବନ୍ଦରରେ ଅବତରଣ ପରେ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡା ବିଧାୟକ ନବଦାସ ଓ ବ୍ରଜରଜନଗର ବିଧୟିକା ରାଧାରାଣୀ ପଣ୍ଡା ସ୍ୱାଗତ କରିଥିଲେ ଜ୍ଝ

ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହଳଦିଆ ରଙ୍ଗର ହେଲିକେପ୍ଟର ଉଡିବାର ମାତ୍ର ୧୫ ସେକେଣ୍ଡ ମଧ୍ୟରେ ନବଦାସଙ୍କୁ ଭୁବନେଶ୍ୱର ନେବାକୁ ଉପସ୍ଥିତ ଅନ୍ୟ ଏକ ଧଳାରଙ୍ଗର ହେଲିକେପ୍ଟରକୁ ଉଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଜ୍ଝଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ ପକ୍ଷରୁ ନିୟମ ମୁତାବିକ ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିମାନ ଉଡାଣର ୩ ମିନିଟ ମଧ୍ୟରେ ଅନ୍ୟ କୌଣସି ବିମାନକୁ ଉଡାଇବାକୁ ଦିଆଯିବା ଅନୁଚିତ ଜ୍ଝକିନ୍ତୁ ମାତ୍ର ୧୫ ସେକେଣ୍ଡ ଅନ୍ତରରେ ଦୁଇଟି ହେଲିକେପ୍ଟରକୁ ଏକାସଂଗେ ଉଡିବାକୁ ଅନୁମତି ଦିଆଯିବାରୁ ଦୁଇଟି ହେଲିକେପ୍ଟର ମଧ୍ୟରେ ଦୁରତ୍ତ୍ୱ ଅଳ୍ପ ରହିଥିଲା ଜ୍ଝଯାହାଫଳରେ ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର କିଛି ସମୟ ପାଇଁ ଏଣେ ତେଣେ ଉଡିବାର ଦ୍ରୁଶ୍ୟ ଭାଇରାଲ ହୋଇଥିବା ଭିଡିଓରେ ଜଣାପଡୁଛି ଜ୍ଝ

ବିମାନବନ୍ଦରରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅନ୍ୟ ଅଧିକାରୀ ମାନେ ଏଭଳି ଦ୍ରୁଶ୍ୟ ଦେଖି ହତବାକ ହୋଇଯାଇଥିଲେ ଜ୍ଝପରେ ବାଧ୍ୟହୋଇ ଅନ୍ୟ ହେଲିକେପ୍ଟରକୁ ତଳକୁ ଓହ୍ଲାଇବାକୁ ପଡିଥିଲା ଜ୍ଝଏଭଳି ଖାମଖିଆଲି ମନୋଭାବକୁ ନିଦା କରିବା ସହ ତ୍ରୁଟିପାଇଁ ଅଧିକାରୀଣ୍ଘ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ବ୍ରହଣ ଦାବୀ କରିଛନ୍ତି ବିଜେଡି ଜିଲ୍ଲା ସଭାପତି କିଶୋର ମହାନ୍ତି ଜ୍ଝଅପରପକ୍ଷେ ଆଜି ଛୁଟି ଥିବାରୁ ନିଜର ପ୍ରତିକ୍ରିୟା ଦେବାରୁ ଦୂରେଇ ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ ଏକ ପ୍ରେସ ବିଗ୍ୟପ୍ତି ଜାରୀ କରି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଦୁଇଟି ହେଲିକେପ୍ଟର ଉଡିବାରେ ୪ ମିନିଟ ଅନ୍ତର ରହିଥିଲା ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଜ୍ଝ