ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଟ୍ୱିଟ କରି ଜଣାଇଛନ୍ତି । ବିଦେଶରୁ ଓଡ଼ିଶା ଆସିଥିବା ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକୃତ କରିବା ସହ ନବୀନ ସରକାରଙ୍କ ନିର୍ଦ୍ଦେଶ ପାଳନ ଲାଗି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
I have registered my sister’s details in the Government portal for persons coming from abroad. I appeal all of you to also register details about your family members and friends coming from abroad. This will help protect #Odisha from #CoronaVirus#Register4Covid19SafeOdisha
— Naveen Patnaik (@Naveen_Odisha) March 18, 2020
ଓଡ଼ିଶାବାସୀଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି ବିଦେଶରୁ ଓଡ଼ିଶାକୁ ଆସୁଥିବା ନିଜର ପରିଜନ ଓ ବନ୍ଧୁବାନ୍ଧବଙ୍କୁ ପଞ୍ଜୀକୃତ କରାନ୍ତୁ। ଏହା ଓଡ଼ିଶାକୁ କରୋନାଭାଇରସ୍ ସଂକ୍ରମଣରୁ ରକ୍ଷା କରିବ। ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆମେରିକାରୁ ଓଡ଼ିଶା ଫେରି ସ୍ୱେଚ୍ଛାକୃତ ଭାବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ନିଜର ଓ ପରିବାରର ପଞ୍ଜୀକରଣ କରିଥିଲେ। ସେହିପରି ଆଇଏଏସ୍ ଭିନିଲ୍ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରି ନିଜର ପଞ୍ଜୀକରଣ କରାଇଥିଲେ।
ଉଲ୍ଲେଖଯୋଗ୍ୟ, ଏଥିସହ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ୧୪ ଦିନ ପାଇଁ ‘ସଙ୍ଗରୋଧ’(କ୍ୱାରାଂଟିନ୍)ରେ ରହିଛନ୍ତି। ସେ ସୁସ୍ଥ ଥିଲେ ମଧ୍ୟ ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଅନ୍ଲାଇନ୍ ପୋର୍ଟାଲ୍ରେ ନିଜର ପଞ୍ଜୀକରଣ କରାଇ ଭୁବନେଶ୍ୱର ଘରେ ସଙ୍ଗରୋଧରେ ରହୁଛନ୍ତି ବୋଲି ଜଣାପଡ଼ିଛି। ସେହିପରି ବିଦେଶ ଗସ୍ତରୁ ଫେରିଥିବା ଆଇଏଏସ୍ ଅଫିସର୍ ଭିନିଲ କ୍ରିଷ୍ଣା ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି।