ନବୀନଙ୍କ ନୂଆ କ୍ୟାବିନେଟ : ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଛନ୍ତି। ଏଥିସହି ନବୀନ ପଟ୍ଟନାୟକ ତାଙ୍କ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଛନ୍ତି।

 ପ୍ରଫୁଲ୍ଲ ମଲ୍ଲିକ :  ଖଣି, ଇସ୍ପାତ ଓ ପୂର୍ତ୍ତ ( ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦାୟୀତ୍ବ) ବିଭାଗ ମିଳିଥିବା ବେଳେ ପଦ୍ମନାଭ ବେହେରାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ । ନବ ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପ୍ରତାପ ଜେନାଙ୍କୁ ମିଳିଛି ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ । ସେହିଭଳି ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ, ଅରୁଣ ସାହୁଙ୍କୁ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଉଚ୍ଚଶିକ୍ଷା ବିଭାଗ, ସୁଶାନ୍ତ ସିଂଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ବିଭାଗ ମିଳିଛି । ଟୁକୁନି ସାହୁଙ୍କୁ ଦିଆଯାଇଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ।

ସେପଟେ ସମୀର ଦାଶଙ୍କୁ ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଶୋକ ପଣ୍ଡାଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଉଦ୍ୟୋଗ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ତୁଷାରକାନ୍ତି ବେହେରାଙ୍କୁ ମିଳିଛି କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଆଇଟି । ସେପଟେ ପ୍ରଥମ ଥର ନିର୍ବାଚିତ ହେ।ଇଥିବା ପଦ୍ମିନୀ ଦିଆନଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଦିଆଯାଇଛି । ସେହି ଭଳି ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ବିଭାଗ, ରଘୁନନ୍ଦନ ଦାସଙ୍କୁ ମିଳିଛି ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ, ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିଛି ।

କ୍ୟାବିନେଟ ମନ୍ତ୍ରୀ

ସୁଶାନ୍ତ ସିଂ: ଗ୍ରାମ ଉନ୍ନୟନ, ଶ୍ରମ ବିଭାଗ ଓ କର୍ମଚାରୀ ରାଜ୍ୟ ବୀମା

ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ

ପ୍ରଫୁଲ୍ଳ ମଲ୍ଲିକ: ଖଣି ଇସ୍ପାତ ପୂର୍ତ୍ତି ଓ ଗୃହ (ରାଜ୍ୟ ପାହ୍ୟା)

ବିକ୍ରମ ଆରୁଖ: ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର

ଅରୁଣ ସାହୁ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ

ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ

ସୁଦାମ ମହାନ୍ତି: ରାଜସ୍ୱ ଓ ବପର୍ଯ୍ୟୟ ପ୍ରଶମନ

ନବ ଦାସ-ସ୍ୱାସ୍ଥ୍ୟ ମନ୍ତ୍ରୀ

ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ

ରଣେନ୍ଦ୍ରେ ପୟତାପ ସ୍ୱାଇଁ: ଖାଦ୍ୟ ଯୋଗାଣ ଓ ସମବାୟ

ପଦ୍ମନାଭ ବେହେରା: ବାଣିଜ୍ୟ ପରିବହନ, ଯୋଜନା ଓ ସମ୍ମନ୍ଵୟ

ରାଷ୍ଟ୍ରମନ୍ତ୍ରୀ ( ସ୍ବାଧୀନ )

ସମୀର ଦାଶ :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

 ଅଶୋକ ପଣ୍ଡା : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଉଦ୍ୟୋଗ

ଦିବ୍ୟଶଙ୍କର ମିଶ୍ର :  ଶକ୍ତି, ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ :  ପର୍ଯ୍ୟଟନ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି

ତୁଷାରକାନ୍ତି ବେହେରା :  କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଆଇଟି

ପଦ୍ମିନୀ ଦିଆନ :  ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ   

ଜଗନ୍ନାଥ ସାରକା :  ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ବିଭାଗ

 ରଘୁନନ୍ଦନ ଦାସଙ୍କୁ : ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ

ପ୍ରେମାନନ୍ଦ ନାୟକ :  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ