ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରେ ଅନ୍ୟ ନବ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ଶପଥ ପାଠ କରାଉଛନ୍ତି ।ଏହା ଆଜି ୫ଟା ଯାଏଁ ଚାଲିବ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଆଗାମୀ ୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।