ଅପରାହ୍ନ ୫ଟା ଶୁଭିଲା ଘଂଟ, ଥାଳି, ତାଳିର ଧ୍ୱନି; ମୁଖ୍ୟମନ୍ତ୍ରୀ ବି ହେଲେ ସାମିଲ

ଭୁବନେଶ୍ୱର: କୋରୋନା ବିପକ୍ଷରେ ଲଢ଼ୁଥିବା ହିରୋଙ୍କୁ ଅଭିବାଦନ ଜଣାଇବା ପାଇଁ ଆଜି ଅପରାହ୍ନ ୫ଟା ଭିନ୍ନ ଭିନ୍ନ ଉପାୟରେ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ଘଂଟ, ଘଂଟି, ତାଳି, ଶଙ୍ଖ ଓ ଥାଳି ଇତ୍ୟାଦି ବଜାଇ ପୂରା ଦେଶ ସମର୍ଥନ କରୁଥିବାବେଳେ ଓଡ଼ିଶାରେ ମଧ୍ୟ ଏହା ଦେଖିବାକୁ ମିଳିଛି । ଏହି ଧନ୍ୟବାଦର ମହାପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଥିଲେ । ଦେଶ ସମେତ ରାଜ୍ୟର ଜନତା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶର ପାଳନ କରି ତାଳି-ଥାଳି, ଘଂଟ-ଘଂଟି, ଶଙ୍ଖ ଧ୍ୱନୀରେ ସହର-ବଜାରଠୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ସର୍ବତ୍ର କମ୍ପାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଥାଳି ଓ ତାଳି ମାରି ଏହାର ସମର୍ଥନ କରିବାର ଦେଖିବାକୁ ମିଳିଛି ।