ବିହାର ବନ୍ୟା: ନୀତିଶଙ୍କୁ ଫୋନ କଲେ ନବୀନ, ସହାୟତାର ହାତ ବଢାଇଲେ

ହାଇଦ୍ରାବାଦ: ପାଟନାରେ ବର୍ଷା ଓ ବନ୍ୟା ବିତ୍ପାତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ମୃତ୍ୟୁ ସଂଖ୍ୟା ୭୩ ଟପିଲାଣି । ଏପରିସ୍ଥଳେ ବିହାରକୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର । ବିହାର ମୁଖ୍ୟମନ୍ତ୍ରୀଙ୍କ ସହ ବର୍ତ୍ତମାନର ବନ୍ୟା ସ୍ଥିତି ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ଫୋନ ଯୋଗେ ନୀତିଶ କୁମାରଙ୍କ ସହ ବନ୍ୟା ପରିସ୍ଥିତି ନେଇ ପଚାରି ବୁଝିଛନ୍ତି । ଏହାସହ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ଦେଇଛନ୍ତି ।