ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା
ଇଣ୍ଡିଆ ଟୁଡେ ମୁ଼ଡ ଅଫ ନେଶନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ
ଭୁବନେଶ୍ବର : ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ । ଏବିପି , ସି ଭୋଟର ସର୍ଭେରେ ସାରା ଦେଶରେ ନମ୍ବଓ୍ବାନ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ଟୁଡେ କରିଥିବା ସର୍ଭେରେ ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ ତାଲିକାରେ ବି ସବୁଠୁ ଆଗରେ । ନବୀନ ପଟ୍ଟନାୟକଙ୍କୁ ସବୁଠାରୁ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଇଯାଇଛି ଇଣ୍ଡିଆ ଟୁଡେ ସର୍ଭେ। ଏହି ସର୍ଭେରେ ନିଜ ନିଜ ରାଜ୍ଯରେ ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ଯରେ ଉପରେ ରହିଛନ୍ତି ନବୀନ। ୫୧ ପ୍ରତିଶତ ଲୋକ ନବୀନଙ୍କୁ ନିଜର ରାଜ୍ୟର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ଯେଉଁଥିରେ ନବୀନଙ୍କର ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ରାଜନେତା ଭାବେ ଦର୍ଶାଯାଇଛି।
ପୁଣି ନବୀନ ନମ୍ବର ଓ୍ବାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ନମ୍ବର ୱାନ। ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ମିଳିଛି । ରାଜ୍ୟର ଶ୍ରେଷ୍ଟ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଇଣ୍ଡିଆ ଟୁଡେ ମୁ଼ଡ ଅଫ ନେଶନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ସର୍ଭେରେ ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଠାରୁ ଲୋକ ପ୍ରିୟ ମୁଖ୍ଯମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି । ଏହି ସର୍ଭେରେ ନିଜ ନିଜ ରାଜ୍ଯରେ ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ଯରେ ସବୁଠାରୁ ଉପରେ ରହିଛନ୍ତି ନବୀନ। ସର୍ଭେ ହୋଇଥିବା ଜନସାଧାରଣଙ୍କ ମଧ୍ଯରେ ୫୧ ପ୍ରତିଶତ ନବୀନଙ୍କୁ ନିଜର ରାଜ୍ୟର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । କେବଳ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୁହେଁ, ସର୍ଭେରେ ନବୀନଙ୍କୁ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ରାଜନେତା ଭାବେ ଦର୍ଶାଯାଇଛି। ନବୀନ ସରକାରଙ୍କ ସାମାଜିକ ଯୋଜନା ସବୁ ତାଙ୍କୁ ନିଜ ରାଜ୍ଯରେ ସଫଳ କରାଇଛି ବୋଲି ସର୍ଭେରେ ଦର୍ଶା ଯାଇଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଏକ ନମ୍ବର ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ୍ବିତୀୟସ୍ଥାନରେ ଅଛନ୍ତି । କେଜିରଓ୍ବାଲଙ୍କୁ ନିଜ ରାଜ୍ଯର ୪୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେହିପରି ଯୋଗୀ ଆଦିତ୍ଯାନାଥଙ୍କୁ ୩୯ ପ୍ରତିଶତ ଏବଂ ଉଦ୍ଧବ ଠାକରେଙ୍କୁ ୩୫ ପ୍ରତିଶଥ ଏବଂ କେ ଚନ୍ଦ୍ର ଶେଖର ରାଓଙ୍କୁ ମଧ୍ଯ ୩୫ ପ୍ରତିଶତ ପସନ୍ଦ କରିଛନ୍ତି। ଇଣ୍ଡିଆ ଟୁଡେ ସର୍ଭେ ପୂର୍ବରୁ ଏବିପି ଓ ସିଭୋଟର କରିଥିବା ସର୍ଭେରେ ନବୀନଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଇଥିଲା।
naveen patnaik number one cm in india today survey