ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଓଡ଼ିଶାବାସୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦଳୀୟ କାର୍ଯ୍ୟାଳୟରେ ସଭାପତି ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଏହି ଅବସରରେ ନବନିର୍ବାଚିତ ସଭାପତି ନବୀନ ପଟ୍ଟନାୟକ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି | ଏହି ଅବସରରେ ନବୀନ କହିଛନ୍ତି ଯେ ବିଜେଡ଼ି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢ଼େ ନାହିଁ ବରଂ ଲୋକଙ୍କ ସେବା କରିବାକୁ ନିର୍ବାଚନ ଲଢ଼େ |

ସୂଚନା ଥାଉ କି ଗତ ୨୩ ତାରିଖରେ ଦଳର ସଭାପତି ଭାବେ ନାମାଙ୍କନ ଭରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯାଇଛି । ୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ନବୀନ ଦଳର ରାଜ୍ୟ ସଭାପତି ଭାବେ ରହି ଆସିଛନ୍ତି।