ଏଣିକି ବିଧାୟକଙ୍କୁ ଅନୁପସ୍ଥିତ ରହିଲେ ନେବାକୁ ପଡିବ ଅନୁମତି

ଭୁବନେଶ୍ଵର:ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁତ୍ଵାରୋପ କରିଛନ୍ତି। ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ ବିଧାୟକ ୨ ଦିନରୁ ଅଧିକ ଦିନ ଛୁଟିରେ ଯିବେ ତାଙ୍କୁ ଅନୁମତି ନେବାକୁ ପଡିବ ବୋଲି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାନୁଯାୟୀ, ଆଜି ବିଜେଡି ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ। ୨ ଦିନରୁ ଯିଏ ଅଧିକ ଛୁଟିରେ ଯିବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବାକୁ ପଡିବ। ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ। 

ମୁଖ୍ୟ ସଚେତକ ଅଧିବେଶନରେ ବିଧାୟକଙ୍କ ଉପସ୍ଥାନ ନେଇ ଦୈନିକ ସାଢେ ୧୧ଟାରେ ରିପୋର୍ଟ କରିବେ। ଏତଦ୍ ବ୍ୟତୀତ ନୂଆ ସଦସ୍ୟଙ୍କ କାର‌୍ୟ୍ୟଶୈଳୀ ଉପରେ ବି ନଜର ରଖାଯିବ। ସେମାନଙ୍କ ପ୍ରଦର୍ଶନ ନେଇ ବ୍ୟକ୍ତିଗତ ଭାବେ ଦୃଷ୍ଟି ରଖିବେ। ସାଂସଦଙ୍କ ଭଳି ବିଧାୟକମାନେ ବି ଦ୍ଵିମାସିକ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟର ରୂପରେଖ ନେଇ ୪ ଜଣିଆ କମିଟି ଗଠନ କରାଯାଇଛି। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ବିଧାୟକ ଅମର ଶତପଥୀ ଓ କିଶୋର ମହାନ୍ତି କମିଟିର ସଦସ୍ୟ ରହିବେ।