ପ୍ରତାପ ଏବଂ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଟ୍ୱିଟ୍ ଯୋଗେ ଏହି ଦୁଇନେତାଙ୍କୁ ଓଡିଶାର ସ୍ୱର ଦିଲ୍ଲୀରେ ପହଁଚାଇବା ପାଇଁ କହିଛନ୍ତି ।

ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଢଙ୍ଗୀଙ୍କୁ ଅଭିନନ୍ଦନ । ସେମାନେ ଜନତାଙ୍କ ଆଶାକୁ ପୂରଣ କରିବାରେ ସଫଳତା ଲାଭ କରନ୍ତୁ । ଏହାସହ ଓଡିଶାର ସ୍ୱରକୁ କେନ୍ଦ୍ରରେ ପହଁଚାଇବା ପାଇଁ ଏହି ଦୁଇନେତା କାର୍ଯ୍ୟ କରନ୍ତୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ କି, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାର ଦୁଇ ନେତା ତଥା ସାଂସଦ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ଏବଂ ପ୍ରତାପଙ୍କୁ ରାଷ୍ଟ୍ର ପାହ୍ୟା ମିଳିଥିଲା ।