ନିର୍ବାଚନ ରେଜଲ୍ଟ କହିବ କିଏ ପୋଡା ଟ୍ରାନ୍ସଫରମର- ନବୀନ


ଭୁବନେଶ୍ବର : ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଜଣାପଡିବ କିଏ ପୋଡା ଟ୍ରାନ୍ସଫର୍ମର । ନିର୍ବାଚନ ପରେ ଲୋକେ କାହାକୁ ଫିଙ୍ଗିଦେବେ ତାହା ମଧ୍ୟ ଜଣାପଡିବ । ପ୍ରକୃତରେ ଓଡିଶାକୁ କିଏ ଟ୍ରନ୍ସଫର୍ମ କରିଛି ଓ କିଏ ଫ୍ୟୁଜ ଟ୍ରାନ୍ସଫର୍ମର ତାହା ଲୋକେ ବିଚାର କରିବେ । ଅମିତ ଶାହା ବାରଂବାର ମିଶନ ୧୨୦ ନେଇ ଯେଉଁ ନାରା ଦେଉଛନ୍ତି ତାହା ସମ୍ପୂର୍ଣ ଅବାସ୍ତବ ଏବଂ ଉଦ୍ଭଟ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିକ୍ରିୟା ରଖିଛନ୍ତି ।
ଆଜି ପୁରୀଠାରେ ଅନୁସୂଚିତ ଜାତି ଓ ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଉଦବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଜ୍ୟ ସରକାରଙ୍କୁ ପୁଣି ପୋଡା ଟ୍ରାନ୍ସଫର୍ମର ସହ ତୁଳନା କରିଥିଲେ । ଏ ସରକାରରେ କୌଣସି ବିକାଶ ମୂଳକ କାର‌୍ୟ୍ୟ ହେଉନାହିଁ ବୋଲି କହିଥିଲେ । ସେଥିପାଇଁ ଏ ସରକାରକୁ ଲୋକେ ଉପାଡି ଫିଙ୍ଗିଦେବେ ବୋଲି ମଧ୍ୟ କହିଥିଲେ ।