ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ଦେଲେ ନବୀନ

ଭୁବନେଶ୍ୱର: କୋଭିଡ ୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନି ମାସର ଦରମା ପ୍ରଦାନ କଲେ ନବୀନ ପଟ୍ଟନାୟକ।

ସାରା ବିଶ୍ୱ ପାଇଁ କୋରୋନା ବଡ ଚାଲେଞ୍ଜ ସୃଷ୍ଟି କରିଛି। ତେବେ ଏନେଇ ଆହୁରି ଅଧିକ ପାଣ୍ଠିର ଆବଶ୍ୟକ ରହିଛି। ତେଣୁ କୋଭିଡ ପାଣ୍ଠିକୁ ଅନ୍ୟମାନେ ବି ଦାନ ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଏହାଦ୍ୱାରା ଅନେକ ବିକାଶମୂଳକ କାର‌୍ୟ୍ୟ ଚାଲୁ ରହିବା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।