ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ, ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ ଭାବୁଛନ୍ତି: ଅମିତ ଶାହ

ଆଜି ଦଳୀୟ ନିର୍ବାଚନ ପ୍ରଚାରରେ ଆସି ବିଜେପି ନେତା ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋରଡା ସଭାରେ ଆସୁ ଆସୁ ଜୋଶ୍ ଭରିଛନ୍ତି । ଓଡିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ ଶାହ । ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡିଶାର ସମ୍ମାନ ବଢାଇଛନ୍ତି । ଜି-୨୦ରେ କୋଣାର୍କ ଚକ୍ରକୁ ସିମ୍ବଲ କରି ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି ।

ପାଇକ ସଂଗ୍ରାମ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକେଟ କରିଛନ୍ତି ମୋଦି । କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ, ମନ୍ଦିର କଲେ । ନବୀନ ସରକାର ଓଡିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡିଶା ଲୋକ କ୍ଷମା ଦେବେନି ।

ଓଡିଶା ନକ୍ସଲବାଦରେ ପୀଡିତ ଥିଲା,୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ । ମୋଦି ଗରୀବଙ୍କୁ ଚାଉଲ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି । ନବୀନଙ୍କ ସରକାର ଠେଲା ସରକାର ବୋଲି କହିଲେ ଅମିତ ଶାହ ।

ସେ ଆହୁରି ମଧ୍ୟ କହିଛନ୍ତି ଆଉ ନବୀନ ବାବୁ ଆସିବାର ନାହିଁ । ନବୀନଙ୍କ ଆଉ ଆବଶ୍ୟକତା ନାହିଁ । ଓଡିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ।

ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ । ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି । ନବୀନ ବାବୁ ଓଡିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି ।

ଓଡିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ । ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ ଇଳି ଓଡିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି ।

ଶ୍ରାମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ଏଥିପାଇଁ ହିରାଣ ହେଉଛନ୍ତି । ଓଡିଶାରେ ବିଜେପି ସରକାର ଆସିଲା କ୍ଷଣି ଶ୍ରାମନ୍ଦିର ୪ ଦ୍ୱାର ଖୋଲାଯିବ । ରତ୍ନ ଭଣ୍ଡାର ଅରିଜିନାଲ ଚାବି କୁଆଡେ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ ।

ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ । ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । ଯଦି ବାବୁଙ୍କୁ ଦେବାର ଥିଲା, ଓଡିଆ ବାବୁଙ୍କୁ ହେଲେ ଦେଇଥାନ୍ତେ ।

ନବୀନ ୱାନ୍ ନେସନ, ୱାନ୍ ରାସନ କାର୍ଡ କରୁନାହାନ୍ତି । ରାସନ ହଡପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ବିଜେପି ସରକାର ଆସିଲେ ୱାନ୍ ନେସନ, ୱାନ୍ ରାସନ କାର୍ଡ ଲାଗୁ ହେବ କହିଲେ ଶାହ । ୫ ବର୍ଷ ବିଜେପିକୁ ଦିଅନ୍ତୁ, ଓଡିଶାରେ କେହି ରୋଜଗାର ପାଇଁ ବାହାରକୁ ଯିବେନି ।

ଓଡିଶାରେ ପାଣିର ଭଣ୍ଡାର ଅଛି, ଜଳସେଚନ ବ୍ୟବସ୍ଥା ନାହିଁ । ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ । ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି । ଗଂଜାମ ନବୀନ ବୀବୁଙ୍କ ଜିଲ୍ଲା, ହେଲେ ଏଠାରେ ଗୋଟିଏ ବି କାରଖାନା ନାହିଁ ।

ଆମକୁ ଜିତାନ୍ତୁ, ଗଂଜାମକୁ ଦେଶର ନମ୍ବର ୱାନ୍ ଜିଲ୍ଲା କରାଯିବ । ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ । ଜୁନ୍ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି । ନବୀନ ବାବୁ ଓଡିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି ।

ଓଡିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ । ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ ଇଡି ଓଡିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି ।

ସେହିପରି ଚିଟଫଣ୍ଡ ହଡପକାରୀଙ୍କ ପ୍ରତି କଠୋର ମନ୍ତବ୍ୟ ଦେଲେ ଶାହ । ଚିଟଫଣ୍ଡରେ ବହୁତ ଗରିବ ଲୋକ ତଳିତଳାନ୍ତ ହୋଇଛନ୍ତି । ନବୀନ ବାବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କିଛି କରୁନାହାନ୍ତି । ଗରିବଙ୍କ ଚିଟଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ କରାଯିବ । ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ ।