ନୂଆ ଖୁଲାସା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକରେ ଥିଲେ ଗୋଲକିପର

ଭୁବନେଶ୍ୱର : ନୀବନ ପଟ୍ଟନାୟକ । ଓଡ଼ିଶାର ୪ ଚାରି ଥର ମୁଖ୍ୟମନ୍ତ୍ରୀ । ଲଗାତର ୧୮ ବର୍ଷ ହେଲା ଅଛନ୍ତି ଶାସନ ଗାଦିରେ । ରାଜନୀତି ମୈଦାନରେ ପୋଖତ ଖେଳଓ୍ବାଡ଼ । ରାଜନୀତିର ଚେସ୍ ପାଲିରେ ସଫଳ ଚାଲ୍, ରାଜନୀତି ମୈଦାନରେ ବହୁ ବଡ ଖେଳାଳିଙ୍କୁ ଚେକ୍ ମେଟ୍ ଦେଇ ଅନବିଟିନ୍ । ନବୀନ ଜଣେ ଦକ୍ଷ ପ୍ରଶାସକ, ସୁଲେଖ । ଏକଥା ସମସ୍ତୋ ଜାଣନ୍ତି । କିନ୍ତୁ ନବୀନଙ୍କ ଯେ କ୍ରୀଡ଼ା ପତ୍ରିଭା ରହିଛି, ପଡ଼ିଆରେ ସେ ଜଣେ ପୋଖତ ଖେଳାଳି, ହୁଏତ ଏକଥା କମ୍ ଲୋକଙ୍କୁ ଜଣାଥିବ । କୌନ ବନେଗା କରୋଡପତି ବା କେବିସି ସୋ’ରେ ଏହି ରହସ୍ୟ ଖୋଲିଛି । ରାଜନୀତି ମୈଦାନରେ ଗୋଲ୍ ସ୍କୋର କରି ସଫଳତାର ଶୀର୍ଷରେ ପହଞ୍ଚିଥିବା ନବୀନ ହକି ମୈଦାନରେ ବି ଦେଖାଇଥିଲେ ଦମ୍ । ଗୋଲ୍ ପୋଷ୍ଟରେ ଷ୍ଟିକ୍ ଧରି ପ୍ରତିପକ୍ଷଙ୍କୁ ଚକ୍ମା ଦେଇଥିଲେ । ଗୋଲ ପୋଷ୍ଟରେ ବଲ୍ ଅଟକାଇ ନିଜ ଦଳର ତ୍ରାଣକର୍ତ୍ତା ସାଜିଥିଲେ । କେବିସି ସୋ’ରେ ନବୀନଙ୍କ ଏହି ରୋଚକ ତଥ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ବାରା ପରିଚାଳିତ କୌନ ବନେଗା କରୋଡପତି ସୋ’ରେ ଶୁକ୍ରବାର ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ହକି ଉପରେ ଏହା ଥିଲା ଏକ ବିଶେଷ ଏପିସୋଡ଼୍ । ହଟ୍ ସିଟ୍ ରେ ବସିଥିଲେ ହକି ଇଣ୍ଡିଆର ଖେଳାଳି । ହକି ବିଶ୍ବ କପ୍ ପ୍ରଚାର ପ୍ରସାର ପାଇଁ କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ଭିଡିଓ କନଫରେସିଂରେ କଥା ହୋଇଥିଲେ ବିଗ୍ ବି । କେବିସି ସୋ’ରେ ନବୀନଙ୍କୁ ଅନେକ ପ୍ରଶ୍ନ କରିଥିଲେ ଅମିତାଭ । ସବୁର ଜବାବ ରଖିଥିଲେ ନବୀନ । କେଉଁ ଖେଳ ପ୍ରତି ଭଲ ପାଇବା ରହିଛି ବୋଲି ଅମିତାବଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି- ସ୍କୁଲ ଜୀବନରେ ସବୁ ଖେଳ ଖେଳିଛି । ହକି ଖେଳିଛି । ହକି ଖେଳରେ ନବୀନ ଥିଲେ ଗୋଲ୍ କିପର । ଡେଙ୍ଗା ଥିବାରୁ ତାଙ୍କୁ ଗୋଲ୍ କିପର କରାଯାଉଥିଲା ।
ନବୀନଙ୍କ ଉତ୍ତର ଶୁଣିବା ପରେ ଭାରତୀୟ ହକି ଅଧିନାୟକ ତଥା ଗୋଲକିପରି ଏସ୍ ଶ୍ରୀକେଶଙ୍କ ରିଆକ୍ସନ ଥିଲା ଦେଖିବାଭଳି । ଖୁସିରେ ଝୁମି ଉଠିଥିଲେ ଶ୍ରୀକେଶ । ହକି ସହ ଓଡ଼ିଶାର ପରିଚୟକୁ ଯୋଡ଼ିଛନ୍ତି ନବୀନ । କହିଛନ୍ତି, ଓଡ଼ିଶାରେ ହକି ଏକ ଲୋକପ୍ରିୟ ଖେଳ । ବିଶେଷ କରି ଆମର ଆଦିବାସୀ ଅଂଚଳରେ ଏହା ଖୁବ୍ ଲୋକପ୍ରିୟ । ଏଠି ଛୁଆମାନେ ଚାଲିବା ଶିଖିଲେ ହକି ଷ୍ଟିମ୍ ଧରନ୍ତି ।

କେବଳ ହକି ଖେଳ ନୁହେଁ, କ୍ରମାଗତ କ୍ଷମତା ଦଖଲ କରିବାର ରଜ୍ ବି ଖୋଲିଛନ୍ତି ନବୀନ । କହିଛନ୍ତି, ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାମ ତାଙ୍କୁ ସଫଳତା ଦେଇଛି ।
ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ବିଶ୍ବ କପ୍ ପାଇଁ ନବୀନ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି । ନିଜ ପଡିଆରେ ଭାରତ ଚାମ୍ପିଆନ୍ ହେଉ ବୋଲି ସେ ଆଶା ପ୍ରକଟ କରିଛନ୍ତି । ହକି ମ୍ୟାଚ ପାଇଁ ଓଡ଼ିଶାକୁ ବିଗ୍ ବି ଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ହକି ପ୍ରତି ଥିବା ଭଲପାଇବାକୁ ନେଇ ନବୀନଙ୍କୁ ଢେର ପ୍ରଶଂସା କରିଛନ୍ତି ଅମିତାଭ ।