ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ସୁଦର୍ଶନଙ୍କୁ ଉପଢୌକନ ଦେବା ସହ ଏକ ରୌପ୍ୟ କଳାକୃତି ଦେଇ ସମ୍ବର୍ଦ୍ଧିତ କରିଥିଲେ | ସେହିପରି ନିଜ କଳା ମାଧ୍ୟମରେ ଓଡିଶା ପାଇଁ ସମ୍ମାନ ଆଣିବାକୁ ପରାମର୍ଶ ଦେଇଥିଲେ | ଏଠାରେ ସୂଚନା ଥାଉ କି ଆମେରିକାର ବୋଷ୍ଟନରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକାକଳା ଚାମ୍ପିଅନସିପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ ଆୱାର୍ଡ ମିଳିଥିଲା।

ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ବାଲୁକାକଳା ମାଧ୍ୟମରେ ସମସ୍ତଙ୍କ ମନ ମୋହି ପାରିଥିଲେ ଏହି ଓଡ଼ିଆ ପୁଅ। ଏହି ଚାମ୍ପିଅନସିପରେ ମୋଟ୍‌ ୧୫ଟି ଦେଶ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ ସୁଦର୍ଶନ ହାତେଇ ନେଇଛନ୍ତି ଟାଇଟଲ୍‌। ଚାମ୍ପିଅନସିପରେ ବେଲଜିୟମ୍‌କୁ ସ୍କଲପଟର ଚଏସ ଏବଂ କାନାଡାକୁ ଜୁରି ଚଏସ୍‌ ସମ୍ମାନ ମିଳିଛି ବୋଲି ସୂଚନା ରହିଛି।