ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା : ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ସିଏମ୍‌ଙ୍କ ଅପିଲ

ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଖରାପ ବ୍ୟବହାର କଲେ ଛଡ଼ାଯିବନି : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ୪ମାସର ଆଗୁଆ ଦରମା ଦେବାର ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସର ଦରମା ସମସ୍ତ ଡାକ୍ତର ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏପ୍ରିଲରେ ପାଇବେ । ଆଗୁଆ ଦରମା ଘୋଷଣା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏ ଦେଶ ସହ ଆମେ ଆପଣମାନଙ୍କ ସହ ରହିଛୁ। ଆମେ ଆପଣମାନଙ୍କ ସହ ରହିଛୁ, ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତୁନି ବୋଲି ନବୀନ ଅନୁରୋଧ କରିଛନ୍ତି । ଯେଉଁମାନେ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡ଼ାଯିବନି। ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କୁହାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।