୩୨ ଜଣ ଖେଳାଳିଙ୍କୁ ମିଳିଲା ଖେଳ ପୁରସ୍କାରରେ ସାମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ହକିର ଜାଦୁଗର ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଅବସରରେ ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବରୁ ଚୟନ ହୋଇଥିବା ଖେଳାଳିଙ୍କୁ ରାଷ୍ଟ୍ରପତି ଭବନର ଦରବାର ହଲରେ ରାଷ୍ଟ୍ରୀୟ ଖେଳ ପୁରସ୍କାରରେ ସମ୍ମାନିତ କରିଛିନ୍ତି ।

ଏହି ଅବସରରେ ରିଓ ପାରା ଅଲମ୍ପିକରେ ପଦକ ହାସଲ କରିଥିବା ଆଥଲେଟ ଦୀପା ମଲ୍ଲିକଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଗାନ୍ଦୀ ଖେଳ ରନ୍ତ୍ରରେ ସମ୍ମାନିତ କରାଯାଇଛି । ଦୀପାଙ୍କ ସହ ଏହି ପୁରସ୍କାର ଜକାର୍ତା ଏସିଆ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ମଧ୍ୟ ମିଳିଛି । ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପର ପ୍ରସ୍ତୁତି କାରଣରୁ ସେ ଏହି ସମାରୋହରେ ସାମିଲ ହୋଇ ପାରିନଥିଲେ । ଏହି ସମାରୋହରେ ଅନେକ ଖେଳାଳି ସାମିଲ ହୋଇ ନଥିଲେ । 

ଅର୍ଜୁନ ପୁରସ୍କାର

• ମୋହମଦ ଅନସ (ଆଥଲେଟିକ୍ସ)• ଏସ ଭାସ୍କରଣ (ବଡି ବିଲ୍ଡିଂ) • ସୋନିଆ ଲାଠର (ବକ୍ସିଂ) • ଚିଙ୍ଗଲେନସନା ସିଂହ (ହକି) • ଅଜୟ ଠାକୁର ( କବାଡ୍ଡୀ) • ଗୌରବ ଗିଲ (ମୋଟର ସ୍ପୋରର୍ଟ୍ସ) • ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ) • ହରମୀତ ଦେସାଇ (ଟେବଲ ଟେନିସ)• ପୂଜା ଡାଣ୍ଡା (କୁସ୍ତୀ) • ପୁଆଦ ମିର୍ଜା (ଘୋଡସବାରୀ) • ଗୁରୁପ୍ରୀତ ସିଂହ ( ଫୁଟବଲ) • ପୂନଣ ଯାଦବ (କ୍ରିକେଟ) • ସ୍ୱପ୍ରା ବର୍ମନ (ଆଥଲେଟିକ୍ସ) • ଭି.ସାଇ ପ୍ରଣୀତ (ବ୍ୟାଡମିଣ୍ଟନ) • ସିମରଣ ସିଂହ ଶେରଗିଲ (ପୋଲୋ)

ଦ୍ରୋଣାଚାର୍ଯ୍ୟ ପୁରସ୍କାର

• ବିମଲ କୁମାର (ବ୍ୟାଡମିଣ୍ଟନ) • ସନ୍ଦୀପ ଗୁପ୍ତା (ଟେବଲ ଟେନିସ) 

ଦ୍ରୋଣାଚାର୍ଯ୍ୟ ଲାଇଫ ଟାଇମ

• ମେର୍ଜବାନ ପଟେଲ (ହକୀ) • ରାମବୀର ସିଂହ (କବାଡ୍ଡୀ) • ସଞ୍ଜୟ ଭରଦ୍ୱାଜ ( କ୍ରିକେଟ)

ଧ୍ୟାନଚନ୍ଦ ପୁରସ୍କାର

• ମେନ୍ୟୁଅଲ ଫ୍ରେଡରିକ୍ସ (ହକୀ)• ଅରୁଣ ବସାକ (ଟେବଲ ଟେନିସ) • ମନୋଜ କୁମାର (କୁସ୍ତୀ) • ନିତିନ କୀର୍ତିନେ (ଲୋନ ଟେନିସ) • ସୀ ଲାଲରେମସାଙ୍ଗା (ତୀରାନ୍ଦଜୀ)