ହସ୍ପିଟାଲରୁ ଡିସଚାର୍ଜ ହେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: କରୋନା ପଜିଟିଭ୍  ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଗତ କିଛି ଦିନ ପୂର୍ବରୁ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଗୁଡଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୫ ଦିନ ପରେ ସେ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି । ଗତକାଲି ସେ ନିଜ ବାସଭବନକୁ ଫେରିଥିବା ବେଳେ ଏବେ କିଛି ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବେ । ବର୍ତ୍ତମାନ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ।