ସୋଆରେ ଆରମ୍ଭ ହେଲା ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌

ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି

ଭୁବନେଶ୍ୱର : ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ୨୭ ତମ ଇଣ୍ଡିଆନ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅରଗାନାଇଜେସନ୍ସ (ଆଇଏକେଓ) ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ୨୦୨୨ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଏହି ୪ ଦିନିଆ ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି ।

NATIONAL KICKBOXING CHAMPIONSHIP BEGINS AT SOA
ଏହି କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ ।
ପଂଚମ ଥର ପାଇଁ ଓଡିଶାରେ ଏହି ଚାମ୍ପିଅନ୍‌ସିପ୍ ଆୟୋଜିତ ହେଉଥିବାବେଳେ ବିଭିନ୍ନ ବର୍ଗରେ ତଥା ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ଅନୁଷ୍ଠିତ ହେଉଛି ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କାର୍ଯ୍ୟନିର୍ବାହୀ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇଏକେଓର ଜାତୀୟ ସଭାପତି ଶ୍ରୀ ଏସ୍‌.ଏସ୍‌. ହରିଚନ୍ଦନ, ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ ର ସଭାପତି ଶ୍ରୀ ଶିବାନନ୍ଦ ରାୟ , କାର୍ଯ୍ୟକାରୀ କମିଟି ର ଅଧ୍ୟକ୍ଷ ଶ୍ରୀ ପ୍ରବୋଧ ମହାନ୍ତି, ଆଇଟିଇଆର ର ଆଡିସ୍‌ନାଲ ଡିନ୍‌(ଷ୍ଟୁଡେଂଟ ଆଫେୟାରସ୍‌) ପ୍ରଫେସର ରେଣୁ ଶର୍ମା ଏବଂ ସୋଆ କ୍ରୀଡା ଅଧିକାରୀ ଶ୍ରୀମତି ସୁନୀତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ପ୍ରଭୁଦତ ସୁବୁଦ୍ଧି, ଭୁବନେଶ୍ୱର ରୋଟାରୀ କ୍ଳବ୍ ର ସଭାପତି ଶ୍ରୀ ଶ୍ରୀଚନ୍ଦନ ମିଶ୍ର, ଚାମ୍ପିଅନ୍‌ସିପ୍‌ର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ପ୍ରଦ୍ୟୁମ୍ନ ବେହେରା ଏବଂ ସମ୍ପାଦକ ଶ୍ରୀ ପୃଥିରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।
୨୦୨୧ ରେ ରାଜସ୍ଥାନର ଯୋଧପୁର ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପରେ ଓଡିଶା ଟିମ୍ ରନର ଅପ ଟାଇଟଲ୍ ହାସଲ କରିଥିଲା ।