ପ୍ରଭାବଶାଳୀ ତାଲିକାର ୪୭ ସ୍ଥାନରେ ଦୂତୀ ଚାନ୍ଦ

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ରାଜ୍ୟକୁ ଗୌରବ ଦେଇଥିବା ଦୂତୀ ଚାନ୍ଦ ପୁଣି ଥରେ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଏଥର ଦୂତୀ ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୫୦ ଜଣଙ୍କ ମଧ୍ୟରେ ଅନେକ ନାମିଦାମୀ ଲୋକ ରହିଥିବା ବେଳେ ଦୂତୀ ୪୭ତମ ସ୍ଥାନରେ ନିଜ ନାଁ ସାମିଲ କରିବାରେ ସମର୍ଥ ହୋଇଛନ୍ତି। ଲୋକପ୍ରିୟ ହିନ୍ଦୀ ତଥା ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡ଼େ’ ପ୍ରତ୍ୟେକ ବର୍ଷ ଭାରତର ୫୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଥାଏ। ଆସନ୍ତା ଅଗଷ୍ଟ ସଂସ୍କରଣରେ ଏହା ପ୍ରକାଶ ପାଇବ। ୨୦୧୮ ଏସିଆନ କ୍ରୀଡା ଏବଂ ୨୦୧୯ ବିଶ୍ୱ ୟୁନିଭରସିଟି ପ୍ରତିଯୋଗିତାରେ ସ୍ଵର୍ଣ ପଦକ ହାସଲ ପରେ ଦୂତୀ ନିଜର ପ୍ରଭାବ ବିସ୍ତାର କରିପାରିଛନ୍ତି। ଅନ୍ୟ ପକ୍ଷରେ ଖୋଲାଖୋଲି ଭାବେ ନିଜର ସମ୍ପର୍କ ପ୍ରସଙ୍ଗ ଘୋଷଣା କରି ସେ ଚର୍ଚ୍ଚାରେ ରହିଥିଲେ।

ଏହି ତାଲିକାର କୁମାର ମଙ୍ଗଲମ ୨ୟ ସ୍ଥାନରେ ରହିଥିବା ବେଳେ ଗୌତମ ଅଦାନୀ, ଉଦୟ କୋଟକ, ଆନନ୍ଦ ମହିନ୍ଦ୍ରା, ରତନ ଟାଟା ଏବଂ ବିରାଟ କୋହଲି ମଧ୍ୟ ଅଛନ୍ତି। କୋହଲି ୭ ନମ୍ବର ଓ ଅମିତାଭ ବଚ୍ଛନ ୯ ନମ୍ବରରେ ଅଛନ୍ତି।