ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା: କାହାକୁ ମିଳିଲା କେଉଁ ପୁରସ୍କାର ଜାଣନ୍ତୁ

ନୂଆଦିଲ୍ଳୀ:ଆଜି ୬୬ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର‌୍ୟ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ ୨୩ଟି ବିନା ଫିଚର ଫିଲ୍ମ ଓ ୩୧ଟି ଫିଚର ଫିଲ୍ମକୁ ପୁରସ୍କାର ପ୍ରଦାନ...

ନୂଆଦିଲ୍ଳୀ:ଆଜି ୬୬ତମ ରାଷ୍ଟ୍ରୀୟ ସିନେମା ପୁରସ୍କାର ଘୋଷଣା ହୋଇଛି । ଏହି କାର‌୍ୟ୍ୟକ୍ରମ ଶାସ୍ତ୍ରୀ ଭବନରେ ପିଆଇବି କନଫ୍ରେନ୍ସ ହଲରେ ଆୟୋଜିତ କରାଯାଇଛି । ଏଥିରେ ୨୩ଟି ବିନା ଫିଚର ଫିଲ୍ମ ଓ ୩୧ଟି ଫିଚର ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ବେଷ୍ଟ ହିନ୍ଦୀ  ଫିଲ୍ମ ଆୱାର୍ଡ଼ “ଅନ୍ଧାଧୁନ”କୁ ପ୍ରଦାନ କରାଯାଇଛି । ଶ୍ରୀରାମ ରାଘବାନଙ୍କ ନିର୍ଦ୍ଦେଶିତ ଫିଲ୍ମ “ଅନ୍ଧାଧୁନ”ରେ ନାୟକ ଭାବେ ଆୟୁଷ୍ମାନ ଖୁରାନା ସହ ନାୟିକା ଭାବେ ତବୁ ନଜରକୁ ଆସିଥିଲେ । ବିକ୍କି କୌଶଳ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଶ୍ରେଷ୍ଠୀ ଅଭିନେତ୍ରୀ ଭାବେ କିର୍ତ୍ତି ସୁରେଶଙ୍କୁ ପୁରସ୍କାର ମିଳିଛି ଏହା ସହ ଫିଲ୍ମ “ପଦ୍ମାବତ”କୁ ବେଷ୍ଟ କୋରିଓଗ୍ରାଫି ଏବଂ ସଂଜୟ ଲୀଲା ଭଂସାଳୀଙ୍କୁ ବେଷ୍ଟ ମ୍ୟୁଜିକ ଡିରେକ୍ଟର ଆୱାର୍ଡ଼ ମିଳିଛି । ବେଷ୍ଟ ଏଣ୍ଟେଟେରମେଣ୍ଟ ଫିଲ୍ମ ଭାବେ “ବଧାଇ ହୋ”କୁ ମିଳିଥିବା ବେଳେ ବେଷ୍ଟ ବେକଗ୍ରାଉଣ୍ଡ ମ୍ୟୁଜିକ ପାଇଁ “ଉରି ଦ ସର୍ଜିକାଲ ଷ୍ଟ୍ରାଇକ”କୁ ଆୱାର୍ଡ଼ ମିଳିଛି । 

୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର 

ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ –ଉତ୍ତରାଖଣ୍ଡ

ବେଷ୍ଟ ଫିଲ୍ମ କ୍ରିଟିକ ଆୱାର୍ଡ଼ – ବ୍ଲେସ ଜାନି ଅର ଅନନ୍ତ ବିଜୟ 

ସ୍ପେଶାଲ ମେନଶନ – ମହାନ ହୁତାତ୍ମା

ବେଷ୍ଟ ରାଜଧାନୀ ଫିଲ୍ମ – ଟର୍ଟଲ 

ବେଷ୍ଟ ଗୁଜୁରାତି ଫିଲ୍ମ – ରୀୱା

ବେଷ୍ଟ ମରାଠୀ ଫିଲ୍ମ – ଭୋଙ୍ଗା

ବେଷ୍ଟ ଉର୍ଦ୍ଦୁ ଫିଲ୍ମ – ହାମିଦ

ଗାରୋରେ ବେଷ୍ଟ ଫିଲ୍ମ ଆୱାର୍ଡ଼ –ମାମା

ବେଷ୍ଟ କୋରିଓଗ୍ରାଫର – କୃତି ମହେଶ ଓ ଜ୍ୟୋତି ତୋମର (ପଦ୍ମାବତ ଘୁମର ଗୀତ)

ବେଷ୍ଟ ହିନ୍ଦୀ ଫିଲ୍ମ -ଆନ୍ଧାଧୁନ 

ବେଷ୍ଟ ଆକ୍ସନ ଡିରେକ୍ଟର – ପ୍ରଶାନ୍ତ ନୀଲ (କେଜିଏଫ)

ବେଷ୍ଟ  ମ୍ୟୁଜିକ ଡିରେକ୍ଟର – ସଂଜୟ ଲୀଲା ଭଂସାଳୀ (ପଦ୍ମାବତ)

ବେଷ୍ଟ  ମ୍ୟୁଜିକ ଡିରେକ୍ଟର – ଉରି ଦ ସର୍ଜିକାଲ ଷ୍ଟ୍ରାଇକ ପରଦା ପଛର ଶବ୍ଦ

ବେଷ୍ଟ  ଅଡ଼ିଓଗ୍ରାଫି – ଉରି ଦ ସର୍ଜିକାଲ ଷ୍ଟ୍ରାଇକ

ବେଷ୍ଟ ପ୍ଲେବେକ ସିଙ୍ଗର – ଅରିଜିତ ସିଂ (ବିତେ ଦିଲ , ପଦ୍ମାବତ)

ବେଷ୍ଟ ସପର୍ଟିଙ୍ଗ ଅଭିନେତ୍ରୀ : ସୁରରେଖା ସିକରୀ 

ଶ୍ରେଷ୍ଠ ଅଭିନେତା : ଆୟୁଷ୍ମାନ ଓ ବିକି କୈାଶଳ

ଶ୍ରେଷ୍ଠ ଅଭିନେତ୍ରୀ : କୀର୍ତ୍ତି ସୁରେଶ

ଏହି ସବୁ ପୁରସ୍କାର ଏପ୍ରିଲ ୨୪ରେ ଘୋଷଣା ହେବାକୁ ଥିବା ବେଳେ ଲୋକସଭା ନିର୍ବାଚନ ଥିବାରୁ ଏହାକୁ ଘୁଂଚାଇ ଦିଆଯାଇଥିଲା । ପ୍ରତିବର୍ଷ ଏହି ପୁରସ୍କାର ବିତରଣ ମେ ୩ରେ ହୋଇଥାଏ । ଗତ ବର୍ଷ ଶ୍ରୀଦେବୀଙ୍କୁ ଫିଲ୍ମ “ମାଁମ” ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ଼ ମିଳିଥିଲା । 

Spread the love
Categories
ମନୋରଞ୍ଜନ

RELATED BY

  • ‘ସୁପର୍‌ଷ୍ଟାର୍‌ ସିଙ୍ଗର୍‌’ ହେଲେ ପ୍ରୀତି

    ମୁମ୍ୱାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍‌ ସିଙ୍ଗର୍’ ରବିବାର ଶେଷ ହୋଇଯାଇଛି। ଏଥିରେ ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ ବିଜୟୀ ହୋଇଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର...
  • ସଲମାନ ଖାନଙ୍କୁ ହତ୍ୟା ଧମକ

    ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି । ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଧମକ ଦିଆଯାଇଛି । ଏହି ପୋଷ୍ଟ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।...
  • “ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

    ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା ।...
  • ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ

    ହାଇଦ୍ରାବାଦ:  ପପୁଲାର ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷରେ ମୃତ୍ୟୁ ହୋଇଛି । ୧୫୦ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିସାରିଥିବେ ବେଣୁ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, କିଡନି ଟ୍ରାନ୍ସପ୍ଲାଣ୍ଟ...