ଜମିବ ନତାଶାଙ୍କ ପୋଲ୍ ଡ୍ୟାନ୍ସ

ପୂର୍ବତନ ମିସ୍ ଇଣ୍ଡିଆ ତଥା ଅଭିନେତ୍ରୀ ନତାଶା ସୂରୀ ନିଜର ଆଗାମୀ ଫିଲ୍ମ ‘ଆଦତ୍’ ପାଇଁ ଏବେ ପୋଲ୍ ଡ୍ୟାନ୍ସ ଶିଖିବାରେ ବ୍ୟସ୍ତ । ମିକା ସିଂହଙ୍କ ପ୍ରଯୋଜନାରେ ଫିଲ୍ମଟି ନିର୍ମାଣ ହେଉଛି । ପୋଲ୍ ଡ୍ୟାନ୍ସ ବିଭିନ୍ନ ନୃତ୍ୟଶୈଳୀ ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶୈଳୀ ହୋଇଥିବାରୁ ଏଥିପାଇଁ ସେ କଠିନ ପରିଶ୍ରମ କରୁଛନ୍ତି । ଏହି ନୃତ୍ୟ ପାଇଁ ଶରୀରକୁ ବେଶ୍ନ ମନୀୟ କରିବାକୁ ପଡ଼ିଥାଏ । ଏଭଳି ଏକ ନୂଆ ଶୈଳୀର ନୃତ୍ୟ ଶିଖୁଥିବାରୁ ନତାଶା ଖୁବ୍ ଉତ୍ସାହିତ ଅଛନ୍ତି । ତା’ସହ ଏମିତି ଏକ ସସ୍ପେନ୍ସ ଥ୍ରିଲର୍ ଫିଲ୍ମର ଅଂଶ ପାଲଟିଥିବାରୁ ସେ ଖୁବ୍ ଖୁସି ଅଛନ୍ତି । ଫିଲ୍ମରେ ତାଙ୍କ ଚରିତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏଥିରେ ଭିଭାନ୍ ଭାତେନା ଏବଂ ପୂଜା ଗୁପ୍ତା ମଧ୍ୟ ଅଭିନୟ କରୁଛନ୍ତି । ନିର୍ଦ୍ଦେଶନା ଦାୟିତ୍ୱରେ ଭୂଷଣ ପଟେଲ୍ ଥିବାବେଳେ ସ୍କ୍ରିପ୍ଟ ବିକ୍ରମ ଭଟ୍ଟ ଲେଖିଛନ୍ତି ।