ପୁଣି ଇତିହାସ ରଚିଲା ଆମେରିକା

ୱାଶିଂଟନ୍ : ୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା। ମହାକାଶ ଗଲା ନାସା-ସ୍ପେସ୍‌ଏକ୍ସର ମହାକାଶ ଯାନ। ପ୍ରଥମଥର ପାଇଁ ସ୍ପେସ୍‌ଏକ୍ସର, ଫାଲକନ୍‌-୯ ରକେଟ୍‌ରେ ଗଲେ ୨ ମହାକାଶଚାରୀ। ଫ୍ଲୋରିଡା କେନେଡି ସ୍ପେସ୍ ସେଣ୍ଟରରୁ ହୋଇଛି ଏହି ଉତ୍‌କ୍ଷେପଣ। ପ୍ରଥମ ଥର ଘରୋଇ ସ୍ପେସ୍ କ୍ରାଫ୍ଟରେ ମହାକାଶ ଯାତ୍ରା ହୋଇଛି । ଭାରତୀୟ ସମୟ ଅନୁସାରେ ଶନିବାର ରାତି ୧ଟାରେ ଉଡାଣ ଭରିଥିଲା ରକେଟ।

ପ୍ରଥମ ଥର ପାଇଁ କୌଣସି ଘରୋଇ କମ୍ପାନୀ ଜରିଆରେ ଡ୍ରାଗନ୍ କ୍ୟାପସୁଲ୍ ଏବଂ ଫାଲକନ୍‌-୯ ରାକେଟ୍‌କୁ ମହାକାଶକୁ ପଠାଯାଇଛି । ପ୍ରାୟ ଏକ ଦଶନ୍ଧି ପରେ ଆମେରିକାର ନାସା ପ୍ରଥମ ମାନବ ମହାକାଶ ବିମାନ ଛାଡ଼ିଛି । ଏହା ପୂର୍ବରୁ ୨୧ଜୁଲାଇ ୨୦୧୧ରେ ଆମେରିକା ଅନ୍ତିମ ଥର ପାଇଁ ମହାକାଶକୁ ମାନବ ମିଶାନ ଯାଇଥିଲା । ଆଉ ଏବେ ୩୧ ମେ’ରେ ଆମେରିକା ମହାକାଶକୁ ମାନବ ମହାକାଶ ବିମାନ ଛାଡ଼ି ନୂଆ ଇତିହାସ ସୃଷ୍ଟି କରିଛି ।