୧୪ରେ ପୃଥିବୀର ଅତି ନିକଟ ଦେଇ ଗତି କରିବ ବିଶାଳ ଧୂମକେତୁ

ନୂଆଦିଲ୍ଲୀ:ଆମେରିକା ମହାକାଶ ଗବେଷଣା ଏଜେନ୍ସି ନାସା ଘୋଷଣା କରିଛି ଯେ ଆଜି ରାତିରେ ପୃଥିବୀର କକ୍ଷ ନିକଟରେ ଧୂମକେତୁ ଗତି କରିବ। ମାତ୍ର ଏଥିରୁ କୌଣସି ଧୂମକେତୁ ପୃଥିବୀ ସହ ଘର୍ଷଣ ହୋଇ ଯିବେ ନାହିଁ। ନାସାର ସୂଚନାନୁଯାୟୀ ବିଶ୍ଵର...

ନୂଆଦିଲ୍ଲୀ:ଆମେରିକା ମହାକାଶ ଗବେଷଣା ଏଜେନ୍ସି ନାସା ଘୋଷଣା କରିଛି ଯେ ଆଜି ରାତିରେ ପୃଥିବୀର କକ୍ଷ ନିକଟରେ ଧୂମକେତୁ ଗତି କରିବ। ମାତ୍ର ଏଥିରୁ କୌଣସି ଧୂମକେତୁ ପୃଥିବୀ ସହ ଘର୍ଷଣ ହୋଇ ଯିବେ ନାହିଁ। ନାସାର ସୂଚନାନୁଯାୟୀ ବିଶ୍ଵର ସବୁଠୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଆକାରର ବଡ଼ ଧୂମକେତୁ ୨୦୦୦ କ୍ୟୁଡବ୍ଲ୍ୟୁ ୭ ଓ ୨୦୧୦ ସି୦୧  ପୃଥିବୀ ଓ ଚନ୍ଦ୍ର ମଧ୍ୟ ଦେଇ ଗତି କରିବ ମାତ୍ର କାହା ସହିତ ଧକ୍କା ହେବାର ସମ୍ଭାବନା ନାହିଁ। 

ନାସା କହିଛି ଯେ ମଧ୍ୟମ ଆକାରର ଏହି ଦୁଇଟି ଧୂମକେତୁ ସେପ୍ଟେମ୍ବର ୧୩-୧୪ ରାତିରେ ପୃଥିବୀ ନିକଟ ଦେଇ ଗତି କରିବେ। ଏହା ଉପରେ ନଜର ରଖାଯିବ, ମାତ୍ର ଦୁଇ ଧୂମକେତୁର କକ୍ଷର ଯାଞ୍ଚ ପରେ ଯାଇ କୁହାଯାଇ ପାରିବ ଯେ ଏଥିରେ ପୃଥିବୀ ପ୍ରତି ବିପଦ ଅଛି କି ନାହିଁ। ନାସା କହିଛି ଯେ ୨୦୦୦ ମସିହାରୁ ଏହି ଧୂମକେତୁ ଉପରେ ନଜର ରଖାଯାଇଛି। ଏହି ଦୁଇ ଧୂମକେତୁ ପୃଥିବୀରୁ ୩.୪ ମିଲିୟନ ମିଲ୍ ଦୂରରେ ଗତି କରିବ। ମାତ୍ର ପ୍ରଥମ ଥର କୌଣସି ଧୂମକେତୁ ପୃଥିବୀର ଏତେ ନିକଟ ଦେଇ କରିବ। 

ନାସା କହିଛି ଯେ ୨୦୧୦ ସି୦୧ ଧୂମକେତୁ ୪୦୦ ରୁ ୮୫୦ ଫୁଟର। ଏହା ଆମେରିକା ସମୟ ଅନୁସାରେ(ସେପ୍ଟେମ୍ବର ୧୪ ଭାରତୀୟ ସମୟ ମୁତାବକ) ସେପ୍ଟେମ୍ବର ୧୩ ରାତି ୧୧ଟା ୪୨ରେ ପୃଥିବୀର କକ୍ଷ ନିକଟ ଦେଇ ଗତି କରିବ। ସେହିଭଳି ୨୦୦୦ କ୍ୟୁଡବ୍ଲ୍ୟୁ୭ ଧୂମକେତୁ ୯୫୦ ରୁ ୨୧୦୦ ଫୁଟ୍ ଲମ୍ବ। ଏହା ସେପ୍ଟେମ୍ବର ୧୪ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୩୦ରେ ପୃଥିବୀର କକ୍ଷ ନିକଟ ଦେଇ ଗତି କରିବ। ନାସା ମୁତାବକ ସୋଲାର ସିଷ୍ଟମ ହେବା ସମୟରୁ ଏହି ଧୂମକେତୁ ଏମିତି ରହିଛି। ଏହାର ଆକାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Spread the love
Categories
ଦେଶ-ବିଦେଶ

RELATED BY