ମୋଦୀ ଦେଶର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ସର୍ଭେ ନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଜ୍ଝ ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ କରୁଥିବାର ଏକ ସର୍ଭେରୁ ଜଣାପଡିଛି...

ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ସର୍ଭେ

ନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି ଜ୍ଝ ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ କରୁଥିବାର ଏକ ସର୍ଭେରୁ ଜଣାପଡିଛି ଜ୍ଝ ତେବେ ମୋଦୀଙ୍କ ଲୋକପ୍ରିୟତା ଦେଶର ବହୁ ନେତାଙ୍କଠାରୁ ଆଗରେ ଥିବାର ଜଣାପଡିଛି ଜ୍ଝ ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ମୋଦୀ ଲୋକପ୍ରିୟ ନେତା ହୋଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି  |


ମୋଦୀ ୩୭ ପ୍ରତିଶତ ଭୋଟ ପାଇଥିବାବେଳେ ଇନ୍ଦିରା ଗାନ୍ଧୀ ୧୪ ପ୍ରତିଶତ ଭୋଟ ପାଇଛନ୍ତି ଜ୍ଝ ଏହି ସର୍ଭେରେ ୧୨୧୨୬ ଜଣ ଲୋକଙ୍କୁ ସାମିଲ କରାଯାଇଥିବାବେଳେ ଏଥିରୁ ୬୭ ପ୍ରତିଶତ ଗ୍ରାମୀଣ ଲୋକ ହୋଇଥିବାବେଳେ ୩୩ ପ୍ରତିଶତ ସହରାଂଚଳର ହୋଇଥିବାର କୁହାଯାଇଛି  | ଏହି ସର୍ଭେରେ ୧୯ଟି ରାଜ୍ୟର ୯୭ ସଂସଦୀୟ କ୍ଷେତ୍ର ଓ ୧୯୪ଟି ବିଧାନସଭା କ୍ଷେତ୍ରକୁ ସାମିଲ କରାଯାଇଥିଲା  |
ଉତ୍ତରପ୍ରଦେଶ,ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ ଓ ଓଡିଶା ଭଳି ଅନ୍ୟ କିଛି ରାଜ୍ୟରେ ସର୍ଭେ କରାଯାଇଥିଲା  | ତେବେ ବଡ କଥା ଯେ ଜମ୍ମୁକାଶ୍ମୀରରେ ଅନୁଛେଦ ୩୭୦ରେ ପରିବର୍ତ୍ତନ ପୂର୍ବରୁ ଏହି ସର୍ଭେ କରାଯାଇଥିଲା  | ନିମ୍ନରେ ନଜର ପକାନ୍ତୁ ଅନ୍ୟ ପ୍ରଧାନମନ୍ତ୍ରୀଙ୍କୁ କେତେ ଭୋଟ ମିଳିଛି  |

Spread the love
Categories
ଦେଶ-ବିଦେଶବଡ ଖବର

RELATED BY