୧୫ ଦିନରେ ୧୨୫ ରାଲି କରିବେ ମୋଦି: ୨୮ରୁ ମିରଟରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ

ନୂଆଦିଲ୍ଲୀ:  ନିର୍ବାଚନ ଋତୁରେ ନେତା ହୋଇଛନ୍ତି ଭୋଟର ମୁହାଁ । ଆଉ ଏହି ସମୟରେ ବିଜେପିର ସବୁଠାରୁ ବଡ ଚେହେରା ନରେନ୍ଦ୍ର ମୋଦି ଓ ଅମିତ ଶାହ ପାଖାପଖି ୧୨୫ରୁ ୧୫୦ ରାଲିକୁ ସମ୍ବୋଧିତ କରିବେ । ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି ରାଲି ଦେଶର ବିଭିନ୍ନ ସ୍ଥାନରେ ହେବ । ୧୫ ଦିନ ମଧ୍ୟରେ ପ୍ରାୟ ଦେଢଶହ ରାଲି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୮ ତାରିଖରେ ଉତ୍ତରପ୍ରଦେଶର ମିରଟରୁ ରାଲିର ବିଗୁଲ ଫୁଙ୍କିବେ ମୋଦି । ଓଡିଶାରେ ମୋଦିଙ୍କ ଅଭିିଯାନ ମେ’ ୨୦ରୁ ଆରମ୍ଭ ହେବ । ମେ ୨୯ ଓ ଏପ୍ରିଲ ପହିଲାରେ ମୋଦି ଦୁଇଟି ରାଲିକୁ ସମ୍ବୋଧିତ କରିବେ । ମେ’ ୨୯ରେ କୋରାପୁଟର ଜୟପୁର ଓ ଏପ୍ରିଲ ପହିଲାରେ ଭବାନୀପାଟଣାରେ ଏହିକାଲି ହେବ । ନିର୍ବାଚନ ସମୟରେ ମୋଦି ଯେଭଳି ସବୁ ରାଜ୍ୟକୁ ଯାଇପାରିବେ ସେ ନେଇ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି । ସବୁ ରାଜ୍ୟର ପ୍ରତ୍ୟେକ ଭୋଟରଙ୍କ ପାଖରେ ଯେଭଳି ମୋଦି ପହଂଚିବେ ସେ ନେଇ ରଣନୀତି ପ୍ରସ୍ତୁତ ହେଉଛି । ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ମେ’ ୧୦ ମଧ୍ୟରେ ହେବ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବା ପରେ ସେପ୍ଟେମ୍ବର ୨୦୧୩ରୁ ମେ’ ୨୦୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୨୫ ରାଲିକୁ ସମ୍ବୋଧିତ କରିଥିଲେ ।