ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଅପମିଶ୍ରଣ କରୁଥିବା ବନ୍ଧୁ ମଧ୍ୟ ମାନୁ ନାହାଁନ୍ତି:ନରେନ୍ଦ୍ର ମୋଦି

ତାମିଲନାଡୁ: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାମିଲନାଡୁର ତେନୀ ଅଂଚଳରେ ପହଂଚିଛନ୍ତି । ସେଠାରେ ସେ ଡିଏମକେ ଏବଂ କଂଗ୍ରେସର ମହାମେଂଟକୁ ଆକ୍ରମଣ କରିଛନ୍ତି । ଏହି ମଧ୍ୟରେ ମୋଦୀ କହିଛନ୍ତି କି, କିଛି ଦିନ ତଳେ ଡିଏମକେ ସୁପ୍ରିମୋ ଜଣେ ନାମଦାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା କିନ୍ତୁ ତାଙ୍କ ସହ ଅପମିଶ୍ରଣ କରିଥିବା ସାଥୀମାନେ କେହି ମାନିବାକୁ ପ୍ରସ୍ତୁତ ନଥିଲେ । କାରଣ ସମସ୍ତେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଲାଳାୟିତ ଥିଲେ । ନିଜ ଭାଷଣ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଜାଲିଆନା ୱାଲାୱାଗ ହତ୍ୟାକାଣ୍ଡର ୧୦୦ ତମ ବର୍ଷ ପୂର୍ତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେ ତାମିଲନାଡୁର ଦିବାଙ୍ଗତ ନେତା ଏମଜିଆର ଏବଂ ଜୟଲଳିତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି, ଯେଉଁମାନେ ଗରୀବଙ୍କ ପାଇଁ କାମ କରିଛନ୍ତି ସେହି ନେତାଙ୍କ ପାଇଁ ଗର୍ବ ଅନୁଭବ କରିବା ଉଚିତ୍ । ମୋଦୀ ସେଠାରେ ପି ଚିଦାମ୍ବରମଙ୍କ ନାମ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି, ଏବଂ କହିଛନ୍ତି କି, ପିତା ଅର୍ଥ ମନ୍ତ୍ରୀ ହେଉଛନ୍ତି ପୁତ୍ର ଦେଶକୁ ଲୁଟୁଛି । ତାଙ୍କ ସରକାର ଯେତେବେଳେ ଗଢା ହୋଇଛି ସେମାନେ ସେହି ସେହି ସମୟରେ ଲୁଟ କରିଛଣ୍ତି ।