ଆମ ଯବାନ ଆତଙ୍କବାଦୀ ଏବଂ ନକ୍ସଲଙ୍କ ସହ ଲଢିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ:ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଭାଗଲପୁରର ଏକ ନିର୍ବାଚନୀ ରାଲିକୁ ସମ୍ବୋନ୍ଧିତ କରିଛନ୍ତି । ଏହି ସମୟରେ ସେ କହିଛନ୍ତି କି, ଆମ ସରକାରଙ୍କ ନୀତି ସ୍ପଷ୍ଟ । ଆମ ଯବାନ ଆତଙ୍କବାଦୀ ଏବଂ ନକ୍ସଲଙ୍କ ସହ ଲଢିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ । ଆମେ ଜାମ୍ମୁ କାଶ୍ମୀରରେ ଥିବା ସମସ୍ତ ଆତଙ୍କୀ ଠିକଣା ଗୁଡିକୁ ତାଲା ପକାଇଦେବୁ ଏବଂ ପାକିସ୍ତାନ ଠାରୁ ଟଙ୍କା ନେଉଥିବା ଲୋକଙ୍କୁ ଜେଲ ପଠାଇବୁ ।

ପ୍ରଧାନମନ୍ତ୍ରୀ ଏହି ସମୟରେ ବିପକ୍ଷ ଉପରେ ଜୋରଦାର ବର୍ଷିଛନ୍ତି । ମୋଦୀ କହିଛନ୍ତି, ମହାଅପମିଶ୍ରଣର ସରକାର ଆମ ଯବାନଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ଅଧିକାର ଫେରେଇ ନେବାକୁ କହୁଛନ୍ତି । କଂଗ୍ରେସ ଆତଙ୍କବାଦ ସୃଷ୍ଟି କରୁଥିବା ଲୋକଙ୍କ ସାଥ ଦେଉଛି । ୨୦୧୪ ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀଙ୍କୁ ପଠାଉଥିଲା ଏବଂ ଆକ୍ରମଣ କରୁଥିଲା । କଂଗ୍ରେସ କେବଳ କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ନିଏ । କଣ ଭାରତ ଏଭଳି ସ୍ଥିତିରେ ରହିବା ଉଚିତ୍ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଭୋଟ ଦେବାକୁ ଅପିଲ କରି କହିଛନ୍ତି କି, ଏଥର ମତ ଆପଣ କେବଳ ଜଣେ ସାଂସଦଙ୍କୁ ନୁହେଁ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ ଯିଏ ଦେଶକୁ ସୁଦୃଢ ଭାବରେ ଗଢିତୋଳୀବ ତାକୁ ଦିଅନ୍ତୁ । ଯଦି ମୋଦୀ ପୁଣି ଥରେ ଶାସନରେ ଆସିବ ତେବେ କଂଗ୍ରେସ ସରକାରଙ୍କ ଭ୍ରଷ୍ଟାଚାର, ପରିବାରବାଦ ରାଜନୀତିକୁ ସମାପ୍ତ କରିବ । ଗରୀବଙ୍କ ନାମରେ ଲୁଟ, ଜାତିଗତ ରାଜନୀତି ବନ୍ଦ ହୋଇଯିବ । ଛୋଟ ମୋଟ ଗୁଣ୍ଡାବାହିନୀ ମଧ୍ୟ ସମାପ୍ତ ହୋଇଯିବେ ।