ଦୁର୍ଗାପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:ଆଜି ପବିତ୍ର ମହାନବମୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଟ ଟ୍ୱିଇଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ମାଁ ସିଦ୍ଧିଦାତ୍ରୀଙ୍କ କୃପାରେ ଆମେ ସବୁ ଆମ ସିଦ୍ଧି ପ୍ରାପ୍ତ କରିବା । 

ସେହିପରି ଦୁର୍ଗାପୂଜା ଅବସରରେ ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ମାଁ ଦୁର୍ଗା ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ ।