ଜନ୍ମଦିନରେ ନର୍ମଦା ନଦୀରେ ପୂଜାର୍ଚ୍ଚନା କଲେ ମୋଦୀ

ଅହମ୍ମଦାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୬୯ତମ ଜନ୍ମ ଦିବସ ମନାଇବା ପାଇଁ ଗୁଜୁରାତ ଗସ୍ତରେ ଅଛନ୍ତି । ଜନ୍ମଦିନରେ ସେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବା ପାଇଁ ସର୍ଦାର ସରୋବର ଡ୍ୟାମ ପହଁଚିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ ସେ  ନର୍ମଦା ଜିଲ୍ଲାର କେବାଡିଆରେ ଖଲବାନୀ ଉକୋ ଟୁରିଜିମ ସାଇଟ ଭ୍ରମଣ କରିଥିଲେ । ଏହି ସମୟରେ ସେ ଜଙ୍ଗଲ ସଫାରୀର ମଜା ନେଇଥିଲେ । ଏପରିକି ସେ ସର୍ଦାର ସରୋବର ଡ୍ୟାମ ନିକଟରେ ଥିବା ଏକତା ନର୍ସରୀକୁ ବୁଲି ଦେଖିଥିଲେ ।  ନର୍ମଦା ପୂଜା କରିବା ପରେ ସେ ନମାମି ନର୍ମଦେ ମହୋତ୍ସବର ମଧ୍ୟ ଉଦଘାଟନ କରିବେ । 

ଗତକାଲି ମୋଦୀ ଅହମ୍ମଦାବାଦରେ ପହଁଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ତାଙ୍କୁ ସ୍ୱାଗତ କରିଥିଲେ । ସେ ନିଜ କାର୍ କେଡ୍ ସହ ରାସ୍ତାରେ ଯିବା ବେଳେ ଉଭୟ ପାଖରେ ହଜାର ହଜାର ଲୋକ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ମୋଦୀ କାରରେ ବସି ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଥିଲେ । ଏହାପରେ ସେ ଆଜି ସକାଳେ ତାଙ୍କ ମା ହୀରାବେନଙ୍କ ଆଶୀର୍ବାଦ ନେଇଥିଲେ ।