ନରବଳି ପରେ ହିତସରା ଗାଁରେ କଟା ପାପୁଲିକୁ ନେଇ ଆତଙ୍କ ଓ ଭୟ, କଟା ପାପୁଲି ନମିଳିଲେ୍ ଗାଁକୁ ବିପଦ ବୋଲି ଅନ୍ଧ ବିଶ୍ୱାସ

ରେଢାଖୋଲ : ନାକଟିଦେଉଳ ହିତସରା ଗାଁରେ ଘଟିଥିବା ନବଳି ପରେ ବି ଗାଁରେ ଅନ୍ଧ ବିଶ୍ୱାସ ଯାଇନି । ଏବେ ନରବଳିି ପରେ କଟାହାତ କୁଆଡେ ଗଲା ସେନେଇ ଗାଁ ଲୋକଙ୍କ ମନରେ ଭୟ ଓ ଆତଙ୍କ । କଟାହାତ ନମିଳିଲେ ଗାଁ କୁ ବିପଦ ବୋଲି ଲୋକଙ୍କ ବିଶ୍ୱାସ ରିହିଛି । ଏହାକୁ ନେଇ ପୁରା ଗାଁରେ ଲାଗି ରହିଛି ଭୟର ବାତାବରଣ ।

ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ହିତସରା ଗାଁରେ ସପ୍ତାହକ ତଳେ ଘରର ଶୁଖଶାନ୍ତି ପାଇଁ ତନ୍ତ୍ରମନ୍ତ୍ର ସାଧନା କରି ନିଜ ସ୍ତ୍ରୀ ସୁଲୋଚନା ସେଠୀକୁ ହତ୍ୟା କରି ହାତପାପୁଲି କାଟି ରକ୍ତ ଦେଇ ପୂଜାପାଠ କରିଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ହତ୍ୟାକାରି ସ୍ବାମୀ ଚଗଲା ସେଠୀ ଗିରଫ ପରେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଥିଲା । ଦୁଇବର୍ଷ ପୂର୍ବରୁ ଘରେ କାଳିପୂଜା ସାଧନା କରି ତନ୍ତ୍ରମନ୍ତ୍ର ଶିକ୍ଷୁଥିଲା ଚଗଲା , ମାଁ କାଳି କୁଆଡେ ସ୍ବପ୍ନାଦେଶ ଦେଇଥିଲେ ଯେ, ତୋ ପୁଅକୁ ମୋତେ ଦେ । ଜନ୍ମିତ ପୁଅକୁ କେମିତି ମାରିବି ଏହା ଭାବି ନିଜ ସ୍ତ୍ରୀକୁ ମାରି ହାତ କାଟି ପୂଜା କରିଥିଲା ଚଗଲା । ଏହାଏକ ଅନ୍ଧବିଶ୍ବାସର କରୁଣପରିଣତି , ବଳିଦେଇଥିବା କଥାକୁ ପୋଲିସ ସ୍ବିକାର କରିଛି । ତେବେ କଟାହାତକୁ ନେଇ ବାରମ୍ବାର ଚଗଲା କଥାବଦଳାଉଛି ଏଣୁ କଟାହାତ ନମିଳିବା ଯୋଗୁଁ ପୋଲିସ ତଦନ୍ତରେ ଅଡୁଆ ହେଉଛି ।

ସେପଟେ ବଳିପଡିଥିବା ଚଗଲାର ସ୍ତ୍ରୀର କଟା ପାପୁଲି ନମିଳିବାକୁ ନେଇ ଗାଁରେ ବୌଠକ ବସିଥିଲା କିପରି କଟାହାତ ମିଳିବ । କେବଳ ସେତିକି ନୁହେଁ ହତ୍ୟାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ନିକଟରେ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି । ଗାଁଗହଳିରେ ଅନ୍ଧବିଶ୍ବାସ ରହିଛି ଯେ ବଳି ଦିଆଯାଇଥିବା ହାତର ପାପୁଲିର ହାଡରେ ପରେ ଅଭିଯୁକ୍ତ ଗୁଣିଗାରେଡି କରିବ । ।ଉ ଏହାହିଁ ଗାଁ ଲୋକଙ୍କ ବିପଦର କାରଣ ହେବ । ଏଣୁ ସେହି କଟାହାତ ନମିଳିଲେ ଗାଁର ଅନିଷ୍ଟ ହେବ ଏକ ଅନ୍ଧବିଶ୍ବାସ ଏବେ ଗାଁକୁ କବଳିତ କରିଛି ।
ତନ୍ତ୍ର ସାଧାନା ପାଇଁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ହିତସରା ଗ୍ରାମର ଦାଶରଥିମୁଣ୍ଡା ସାହିରେ ନିଜ ସ୍ତ୍ରୀକୁ ବଳି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇ ଥିଲା । ତନ୍ତ୍ର ସାଧନ କରୁଥିବା ଚଗଲା ସେଠୀ (୪୦) ଓ ତା’ ସ୍ତ୍ରୀ ସୁଲୋଚନା (୩୭)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଥିଲା ।

ସମସ୍ତେ ଶୋଇଗଲା ପରେ ରାତି ପ୍ରାୟ ୧୧ଟା ବେଳେ ସୁଲୋଚନାଙ୍କୁ ଟାଙ୍ଗିଆରେ ହତ୍ୟା କରିଥିଲା ।ମୃତ ଶରୀରକୁ ବୋହିନେଇ ଘରଠାରୁ ପ୍ରାୟ ୧ କିମି ଦୂର ବେଗୁନାନାଳୀସ୍ଥିତ ଏକ ଆମ୍ବଗଛ ତଳେ ପକାଇଥିଲା । ମୃତ ସୁଲୋଚନାଙ୍କ ଏକ ହାତକୁ ଟାଙ୍ଗିଆରେ କାଟି ରକ୍ତ ଆଣି ପିଣ୍ଡିରେ ପୂଜା କରିଥିଲା । ତା’ ପରଦିନ ସୁଲୋଚନା କେଉଁଆଡ଼େ ଚାଲିଯାଇଛି କହି ସାହିଲୋକଙ୍କ ସହ ଖୋଜାଖୋଜି କରିଥିଲା । ମୃତଦେହ ଦୁର୍ଗନ୍ଧ ହେବା ପରେ ଶୁକ୍ରବାର ସନ୍ଧ୍ୟା ବେଳକୁ ଲୋକେ ଘଟଣାସ୍ଥଳରେ ପହଞô୍ଚଥିଲେ । ଏ ସମ୍ପର୍କରେ ମୃତ ସୁଲୋଚନାଙ୍କ ଭାଇ ପ୍ରସନ୍ନ ବେହେରା ନାକଟିଦେଉଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଚଗଲାକୁ ଥାନାକୁ ଆଣି ପଚରାଉଚରା କରିଥିଲେ । ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଚଗଲା ସ୍ୱୀକାର କରିଛି ।