ନନ୍ଦିତା ଦାସଙ୍କ ଦ୍ୱାରା ବାରିପଦା ଓ ନୂଆପଡାରେ କୋଭିଡ୍ ରୋଗୀଙ୍କୁ ଭୋଜନ ଯୋଗାଇବାର ଅଭିନବ ପଦକ୍ଷେପ

ଭୁବନେଶ୍ୱର : ଏଏଓଏନ୍‌ଏକ୍ସଟି ଓ ଏମ୍‌ଏସ୍ ଘନଶ୍ୟାମ ମିଶ୍ର ଆଣ୍ଡ୍ ସନ୍ସ୍‌୍ ଦ୍ୱାରା ସମର୍ଥିତ ସୋ ଆମ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ପାଇଁ ରାସନ ଏବଂ ବାରିପଦା ଓ ନୂଆପଡାଠାରେ ଥିବା ଅଭାବୀ କୋଭିଡ୍ ରୋଗୀଙ୍କୁ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଯୋଗାଇବାର ଏକ ଅଭିନବ ପଦକ୍ଷେପର ଶୁଭାଆରମ୍ଭ କରିଛନ୍ତି । ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ତଥା ସାମାଜିକ କାର୍ଯ୍ୟକର୍ତା ନନ୍ଦିତା ଦାସଙ୍କ ସହ ସୋ ଆମ୍ ଆଇ ଫାଉଣ୍ଡେସନ୍‌ର ର ଚେୟାରମ୍ୟାନ୍ ପଦ୍ମଶ୍ରୀ, ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ମୟୂରଭଞ୍ଜର ଏଚ୍‌ଏଚ୍ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କ ଦ୍ୱାରା ଏହି ଅଭିନବ ପଦକ୍ଷେପକୁ ଉଦ୍‌ଘାଟନ କରାଯାଇଛି ।
ସ୍ୱାଗତ ସମ୍ବୋଧନରେ ସୋ ଆମ୍ ଆଇ ଫାଉଣ୍ଡେସନ୍‌ର ସହ ପ୍ରତିଷ୍ଠାତା ଡ. ଚିଦାତ୍ମିକା ଖଟୁଆ କୋଭିଡ୍ ରୋଗୀଙ୍କୁ ଖାଦ୍ୟ ବଣ୍ଟନ ଓ ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ପାଇଁ ରାସନ ଯୋଗାଇବା ପାଇଁ ହୋଇଥିବା ଏହି ପଦକ୍ଷେପକୁ ଭଚୁଆର୍ଲ ଉଦଘାଟନ କରି, ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଡ. ଖଟୁଆ, ଏକ କ୍ଷୁଧାମୁକ୍ତ ଓଡିଶା ପାଇଁ ଫାଉଣ୍ଡେଶନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ବିଷୟରେ ସଂକ୍ଷିପ୍ତ ଉପସ୍ଥାପନା କରିଥିଲେ ।

 
ଜଣାଶୁଣା ଭାଷାଭାଷୀ ଓ ସୋ ଆମ୍ ଆଇ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍ ପଦ୍ମଶ୍ରୀ, ଦେବୀ ପ୍ରସନ୍ନ ପଟ୍ଟନାୟକ ଏହି ଅଭିନବ ପଦକ୍ଷେପ ପାଇଁ ସୋ ଆମ୍ ଆଇର ସମସ୍ତ ଦଳକୁ ଉତ୍ସାହିତ କରିଛନ୍ତି ଏବଂ ସ୍ୱ ଆହାର ଉଦ୍ୟମ ଅଧୀନରେ ବଂଚିତ ଲୋକଙ୍କୁ ଅଧିକ ଜୀବିକା ନିର୍ବାହ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
ମୟୂରଭଞ୍ଜର ଏଚ୍‌ଏଚ୍ ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ମେଣ୍ଟର, ସୋ ଆମ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ ବାରିପଦା ଏବଂ ନୂଆପଡାଠାରେ ଥିବା ଅଭାବୀ କୋଭିଡ୍ ରୋଗୀଙ୍କୁ ପୃଷ୍ଟିକର ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଯୋଗାଇବା ଓ ବିଶେଷ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ପାଇଁ ରାସନ ଯୋଗାଇବା ପାଇଁ ଫାଉଣ୍ଡେସନର ନୂତନ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଫାଉଣ୍ଡେସନକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଏଚ୍ ଏଚ୍ ମହାରାଣୀ ନିଶ୍ଚିତ କରିଛନ୍ତି ।
ଆମେରିକାର ସ୍ଥିତ ଉଦ୍ୟୋଗୀ ଶ୍ରୀ ଧିରେନ୍ଦ୍ର କର କହଛନ୍ତି ଯେ, “ବଂଚିତ ଲୋକଙ୍କୁ ସେମାନଙ୍କ ନିସ୍ୱାର୍ଥପର ସେବା ପାଇଁ ଆମେ କ୍ଷୁଧା ମୁକ୍ତ ଓଡିଶା ପଦକ୍ଷେପକୁ ସମର୍ଥନ କରୁଛୁ” ।
ଘନଶ୍ୟାମ ମିଶ୍ର ଆଣ୍ଡ୍ ସନ୍ସ୍‌୍‌ର ନିର୍ଦ୍ଦେଶକ ସୌରଭ ମିଶ୍ର କହିଛନ୍ତି ଯେ, “ବଂଚିତ ତଥା ପୂଜକମାନଙ୍କୁ ରାସନ ବଣ୍ଟନ ପାଇଁ କୋଭିଡ-୧୯ ମହାମାରୀର ପ୍ରଥମ ପର୍ଯ୍ୟାୟରେ ଆମେ ସୋ ଆମ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟକୁ ସମର୍ଥନ କରିଛୁ । ବହୁ ବଂଚିତ ପରିବାର, ଯେଉଁମାନେ ନିଜର ଜୀବିକା ହରାଇଛନ୍ତି, ଫାଉଣ୍ଡେସନର ଏହି ପଦକ୍ଷେପ ଦ୍ୱାରା ସେମାନେ ଉପକୃତ ହୋଇଥିଲେ । ଏଥର ମଧ୍ୟ ଆମେ ବଂଚିତ ଲୋକଙ୍କ ନିକଟରେ ଆବଶ୍ୟକତା ପହଞ୍ଚାଇବା ପାଇଁ ଫାଉଣ୍ଡେସନକୁ ସମର୍ଥନ କରୁଛୁ” ।
ଓଡିଶାର ପ୍ରଥମ ସ୍ୱାଧୀନ ଓଟିଟି, ଏଏଓଏନ୍‌ଏକ୍ସଟି ର ସିଇଓ କୌଶିକ ଦାସ କହିଛନ୍ତି ଯେ, “ଗତ ଦେଢ ବର୍ଷରୁ ଆମେ ସୋ ଆମ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ ସହିତ ଜଡିତ ରହିଛୁ । ଅପହଞ୍ଚଞ୍ଚ ସ୍ଥାନରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫାଉଣ୍ଡେସନକୁ ସମର୍ଥନ କରିବା ଏକ ଆନନ୍ଦ ଥିଲା ଏବଂ ଆମେ ସବୁଦିନ ଫାଉଣ୍ଡେସନ ସହ ଜଡିତ ରହିବୁ” ।