ନନ୍ଦନକାନନକୁ ଆସିବ ନେଦରଲ୍ୟାଣ୍ଡସରୁ ଚିତାବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନେଦରଲ୍ୟାଣ୍ଡସରୁ ଆସିବେ ଆଫ୍ରିକୀୟ ଚିତା ବାଘ। ଏହାଛଡ଼ା ଜେବ୍ରା ମଧ୍ୟ ଆସିବ। ବାଘ ଓ ଜେବ୍ରା ଆଣିବାକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ଅଜୟ କୁମାର ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ସାତକୋଶିଆ, ଟିକରପଡ଼ା ଓ ମହାନଦୀ ଉପରମୁଣ୍ଡ ସୁନାଖଣିଆରେ ୫ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି। ଏହି କୁମ୍ଭୀରଙ୍କ ଦେହରେ ରେଡିଓ କଲାର୍ ଲଗାଯାଇଛି। ରେଡିଓ କଲାର୍ ଦ୍ୱାରା ୨୪ ଘଣ୍ଟା ସେମାନଙ୍କ ଗତିବିଧି ଅନୁଧ୍ୟାନ କରାଯିବ।

କୁମ୍ଭୀରଙ୍କ ଗତିବିଧି ଅନୁଧ୍ୟାନ ପାଇଁ ୩ ଜଣ ରିସର୍ଚ୍ଚ ସ୍କଲାର୍ ନିୟୋଜିତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ ୩୦ଟି ଘଡ଼ିଆଳ କୁମ୍ଭୀରଙ୍କୁ ଛଡ଼ାଯିବ। କୁମ୍ଭୀର ଦେହରେ ରେଡିଓ କଲାର ଲଗାଇବା ଓଡ଼ିଶାରେ ପ୍ରଥମ ଘଟଣା। ପୂର୍ବରୁ ମଧ୍ୟପ୍ରଦେଶର ଚମ୍ବଲରେ କୁମ୍ଭୀରଙ୍କ ଦେହରେ ରେଡିଓ କଲାର ଲଗାଯାଇଥିଲା ବୋଲି ଚିଫ୍‌ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।