ଡକ୍ତର ସୁନ୍ଦରୀ ରୋଗୀଙ୍କୁ ଇଂଜେକ୍ସନ ଦେବା ବେଳେ ଅଶ୍ଳୀଳ ଭିଡିଓ କରୁଥିଲେ ତିଆରି, ଭାଇରାଲ ଭୟ ଦେଖାଇ ଦେହ ବ୍ୟବସାୟରେ କରୁଥିଲେ ଲିପ୍ତ

ନୋଏଡା : ଡାକ୍ତରଙ୍କୁ ଭଗବାନ ଭାବି ଚିକିତ୍ସା ଲାଗି ଆସୁଥିଲେ ରୋଗୀ । ହେଲେ ଚାକ୍ତରଙ୍କ ଭିତରେ ଭରି ରହିଥିଲା ସଇତାନି । ସୁନ୍ଦରୀ ମହିଳଆ ଓ ଯୁବତୀ ରୋଗୀଙ୍କୁ ଭଲ କରିବା ବାହାନାରେ ତାଙ୍କ ଜୀବନକୁ ନର୍କରେ ପରିଣତ କରୁଥିଲେ ଜଣେ ଡାକ୍ତର । ରୋଗ ଭଲକରିବାକୁ ଚିକିତ୍ସା ଲାଗି ଆସୁଥିବା ମହିଳାଙ୍କୁ ଇଂଜେକ୍ସନ ଦେବା ବାହାନାରେ ଡାକ୍ତର ତିଆରି କରୁଥିଲେ ଅଶ୍ଳୀଳ ଭିଡିଓ । ଆଉ ସେଇ ଭିଡିଓକୁ ଦେଖାଇ ମହିଳା ଓ ଯୁବତୀ ମାନଙ୍କୁ ବ୍ଲାକମେଲ କରି ଦେହ ବ୍ୟବସାୟରେ ଲଗାଉଥିଲେ । ଯଦି କେହି ପ୍ରତିବାଦ କରୁଥିଲେ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ କରାଇବାର ଭୟ ଦେଖାଇ ଦେହ ବେପାରରେ ଲିପ୍ତ ହେବାକୁ ବାଧ୍ୟ କରୁଥିଲେ ଡାକ୍ତର । ଏସଂପର୍କରେ ପୋଲିସକୁ ଖବର ମିଳିବାରୁ ପୋଲିସ ଅଭିଯୁକ୍ତ ଡାକ୍ତର ଓ ତାଙ୍କର ୪ ସହଯୋଗୀଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଡ଼ାକ୍ତର ସନ୍ତୋଷ ନିଜ ପାଖକୁ ଆସୁଥିବା ରୋଗୀଙ୍କୁ ଇଞ୍ଜେକ୍‌ସନ ଦେବା ସମୟରେ ତାଙ୍କର ଜଣେ ସହଯୋଗୀ ସୌରଭ ଏହାର ଭିଡ଼ିଓ ଉତ୍ତୋଳନ କରୁଥିଲେ । ପରେ ଏହାକୁ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ସୁମିତ୍‌ ନାମକ ଜଣେ ଯୁବକଙ୍କ ଗେଷ୍ଟହାଉସ୍‌ରେ ନେଇ ରଖାଉଥିଲେ । ସେଠାରୁ ଡ଼ାକ୍ତର ଏବଂ ତାଙ୍କ ୪ ଜଣ ସାଥୀ ମିଶି ପୀଡ଼ିତାଙ୍କୁ ଦେହ ବ୍ୟବସାୟରେ ସାମିଲ୍‌ କରୁଥିଲେ । ଏ ପର୍ଯ୍ୟନ୍ତ ସେମାନେ ୧୦୦ରୁ ଅଧିକ ମହିଳାଙ୍କୁ ଦେହ ବ୍ୟପାରରେ ଲଗାଇ ସାରିଥିବା ବେଳେ ସେମାନଙ୍କୁ କଏଦ୍‌ କରି ରଖୁଥିଲେ । ଏହି ଖବର ପୁଲିସକୁ ମିଳିବା ପରେ ଗେଷ୍ଟହାଉସ୍‌ରେ ଛଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଟକ ଥିବା ମହିଳା ଏବଂ ଯୁବତୀମାନଙ୍କୁ ଉଦ୍ଧାର କରିଛି ପୁଲିସ ।