ଭୁବନେଶ୍ବର : ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଓ ଦୃଢ଼ ପରିବେଶ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିଥିବା ନାଲ୍କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡପକ୍ଷରୁ ସମ୍ମାନଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର ୨୦୨୧ ପ୍ରଦାନ କରାଯାଇଛି।
ଭୁବନେଶ୍ବରସ୍ଥ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡପରିସରରେ ଆୟୋଜିତ ଏକ ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଏହି ସମ୍ମାନଜନକ ପୁରସ୍କରକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନୀ ନାଲ୍କୋର ଖଣି ଟିମ୍କୁ ହସ୍ତାନ୍ତର କରିଛନ୍ତି।
ନାଲ୍କୋ ସିଏମ୍ଡି ଶ୍ରୀ ଶ୍ରୀଧର ପାତ୍ର, ଖଣି ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଉନ୍ନତ ପରିବେଶ ପରିଚାଳନା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ‘ନାଲ୍କୋ ଉନ୍ନତ ପରିବେଶ ପରିଚାଳନାରେ ସର୍ବୋଚ୍ଚ ମାନକ ହାସଲ କରିବା ଲାଗି ସର୍ବଦା ଉଦ୍ୟମ କରୁକଛି। ଏହି ପୁରସ୍କାର ନାଲ୍କୋର କମର୍ଚାରୀମାନଙ୍କ ପରିବେଶ ସୁରକ୍ଷା ପାଳନ ଦିଗରେ ନିରନ୍ତର ପ୍ରୟାସ ତଥାନିଷ୍ଠାର ସହକାର୍ଯ୍ୟ ସମ୍ପାଦନ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।’’
ବକ୍ସାଇଟ୍ ଖଣିଶୂନ୍ୟ ନିଷ୍କାସନ ବ୍ୟବସ୍ଥାଠାରୁ ଆରମ୍ଭ କରି ଖଣି ଅଂଚଳର ପୁନରୁଦ୍ଧାର ଓ ପୁନର୍ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚପଟ୍ଟମାଳି ବକ୍ସାଇଟ୍ ଖଣି ପକ୍ଷରୁ ବର୍ତମାନ ସୁଦ୍ଧା ୩୭ ଲକ୍ଷରୁ ଅଧିକ ବୃକ୍ଷରୋପଣ କରାଯାଇଅଛି। ଖଣି କାର୍ଯ୍ୟ ଶେଷ ହୋଇଥିବା ଅଞ୍ଚଳରେ ଜୈବ ବିବିଧତାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ନିରନ୍ତର ବିକାଶ ଲାଗି ସାରା ବିଶ୍ବରେ ଗ୍ରହଣ କରାଯାଉଥିବା ଶ୍ରେଷ୍ଠ ବ୍ୟବସ୍ଥାକୁ ନାଲ୍କୋ ଗ୍ରହଣ କରିଅଛି ଏବଂ ନିୟମିତ ଭିତ୍ତିରେ ପରିବେଶ ପରିଚାଳନା କ୍ଷେତ୍ରରେ ଅଭିନବ ଉନ୍ନତ ପ୍ରଯୁକ୍ତିକୁ ମଧ୍ୟ ଗ୍ରହଣ କରୁଛି।