NALCO ପକ୍ଷରୁ ୫୫୭.୮୦ କୋଟିର ଲାଭାଂଶ ପ୍ରଦାନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସ୍ନାଲ୍ଆ ଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ୨୦୧୮-୧୯ ଆର୍ôଥକବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଚେକ୍ ସରକାରଙ୍କୁ ଦିଆଯାଇଛି । ଏଥିରେ ୪୩୬.୫୪...

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସ୍ନାଲ୍ଆ ଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ୨୦୧୮-୧୯ ଆର୍ôଥକବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଚେକ୍ ସରକାରଙ୍କୁ ଦିଆଯାଇଛି । ଏଥିରେ ୪୩୬.୫୪ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଏବଂ ୧୨୧.୨୬ କୋଟି ଟଙ୍କାର ଚୂଡ଼ାନ୍ତ ଲାଭାଂଶ ସାମିଲ ଅଛି । ଗୁରୁବାର ନୂଆଦିଲ୍ଲୀରେ NALCO ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଚେକ୍ଦୁ ଇଟି ପ୍ରଦାନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ୍, ଆଇଏଏସ୍, ଖଣି ବିଭାଗର ଅତିରିକ୍ତ ସଚିବ ଡ. କେ. ରାଜେଶ୍ୱର ରାଓ, ଆଇଏଏସ୍, ଯୁଗ୍ମ ସଚିବ ଅନୀଲ କୁମାର ନାୟକ, NALCO ନିର୍ଦ୍ଦେଶକ (ପିଆଣ୍ଡ୍ଟି) ସଞ୍ଜୀବ ରାୟ ତଥା ମନ୍ତ୍ରଣାଳୟ ଓ କମ୍ପାନୀର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । NALCO ପକ୍ଷରୁ ୨୦୧୮-୧୯ ଆର୍ôଥକବର୍ଷ ପାଇଁ ୧,୦୭୨.୭୩ କୋଟି ଟଙ୍କା (ଡିଭିଡେଣ୍ଡ୍ଡି ଷ୍ଟ୍ରିବ୍ୟୁସନ୍ ଟ୍ୟାକ୍ସ ବିନା)ର ଲାଭାଂଶ (ପେଡ୍‍ ଅପ୍‍ କ୍ୟାପିଟାଲ୍‍ର ୧୧୫%) ପ୍ରଦାନ କରାଯାଇଛି । ଏହି ଲାଭାଂଶରେ କେନ୍ଦ୍ର ସରକାରଙ୍କ ଅଂଶର ପରିମାଣ ୫୫୭.୮୦ କୋଟି ଟଙ୍କା । ଉଲ୍ଲେଖଯୋଗ୍ୟ, ପ୍ରତିଷ୍ଠା ପରଠାରୁ ଏଯାବତ୍ NALCO ଭାରତ ସରକାରଙ୍କୁ ୬,୫୮୫.୫୭ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବା ସହିତ ସରକାରୀ ରାଜକୋଷକୁ ମୋଟ ୮,୫୩୯.୬୧ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

Spread the love
Categories
କର୍ପୋରେଟ୍

RELATED BY