ନାଲକୋର ନିଟ୍ ଲାଭ ୧୭୩୨ କୋଟି

ଭୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋର ) ୨୦୧୮-୧୯ ଆର୍ଥିକ ବର୍ଷରେ ବିତ୍ତୀୟ ଦିଗର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବର୍ଷ ପାଇଁ କମ୍ପାନୀ ୧୦୭୨.୭୩ କୋଟି ଟଙ୍କାର ରେକର୍ଡ୍ ଡିଭିଡେଣ୍ଡ୍ ପ୍ରଦାନ କରିବାକୁ ଘୋଷଣା କରିଛି । କମ୍ପାନୀର ୫ ଟଙ୍କା ମୂଲ୍ୟର ଇକ୍ୱିଟି ଶେୟାର୍ ପିଛା ୫.୭୫ ଟଙ୍କା ଭାବେ ଲାଭାଂଶର ୧୧୫ ପ୍ରତିଶତ ଡିଭିଡେଣ୍ଡ୍ ଭାବେ ପ୍ରଦାନ କରାଯିବ ବୋଲି ବୁଧବାର ଅନୁଷ୍ଠିତ କମ୍ପାନୀର୩୮ତମ ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରାଯାଇଛି ।

ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉତ୍ପାଦନକାରୀର ମାନ୍ୟତା
-ସବୁଠାରୁ କମ୍ ବ୍ୟୟରେ ବକ୍ସାଇଟ୍ ଉତ୍ପାଦନର ମାନ୍ୟତା
-ସର୍ବାଧିକ ତୃତୀୟ ବୃହତ ବୈଦେଶିକ ମୁଦ୍ରା ଅର୍ଜନକାରୀ ଉଦ୍ୟୋଗ
-ମାର୍କେଟ୍ ଶେୟାର୍ ୨୪.୩ ପ୍ରତିଶତକୁ ବୃଦ୍ଧି
-ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ୫-ଷ୍ଟାର୍ ରେଟିଂ

-ସର୍ବାଧିକ ବିକ୍ରିଲବ୍ଧ ଏବଂ ରପ୍ତାନିଲବ୍ଧ ଆୟ
– ବିଗତ ୧୦ ବର୍ଷରେ ସର୍ବାଧିକ ଲାଭ ଅର୍ଜ୍ଜନ
-ସର୍ବାଧିକ ଡିଭିଡେଣ୍ଡ୍ (୧୧୫ ପ୍ରତିଶତ) ପ୍ରଦାନ
-୯୧୯ କୋଟି ଟଙ୍କାର କ୍ୟାପେକ୍ସ ହାସଲ

ନାଲ୍କୋ ପ୍ରତିଷ୍ଠା ଠାରୁ ୨୦୧୮-୧୯ ଆର୍ôଥକ ବର୍ଷ ସୁଦ୍ଧା ଟିକସ, ରୟାଲ୍ଟି ଏବଂ ଡଭିଡେଣ୍ଡ୍ ଆକାରରେ ସମୁଦାୟ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରିଛି । ଏଥି ମଧ୍ୟରୁ ୨୫,୯୧୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୬,୯୬୯ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏ ସଂକ୍ରାନ୍ତରେ ମତାମତ ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କମ୍ପାନୀର ସଫଳତା ପାଇଁ ଐକବଦ୍ଧ ଭାବେ କାର୍ଯ୍ୟ, ମିତବ୍ୟୟିତା ଏବଂ ବିଧିବଦ୍ଧ ଯୋଜନାକୁ ଶ୍ରେୟ\nଦେଇଛନ୍ତି । ୨୦୧୮-୧୯ ଆର୍ôଥକ ବର୍ଷକୁ ନାଲ୍କୋ ପାଇଁ ଏକ ଅତ୍ୟନ୍ତ ସଫଳତାର ବର୍ଷ ଭାବେ ଉଲ୍ଲେଖ କରି ଡଃ ଚାନ୍ଦ କହିଛନ୍ତି ଯେ ଉତ୍ପାଦନ ଉତ୍ପାଦକତା, ଆର୍ôଥକ ଲାଭ ଏବଂ ମାନବସମ୍ବଳ ନିୟୋଜନ ଆଦି ପ୍ରତିଟି କ୍ଷେତ୍ରରେ କମ୍ପାନୀ ସଫଳତା ହାସଲ କରିଛି । ଏଥି ସହ ସାମାଜିକ ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳ କାର୍ଯ୍ୟପଦ୍ଧତି ଦିଗରେ ମଧ୍ୟ ନାଲ୍କୋ ମାନ୍ୟତା ଲାଭ କରିଛି ।