NALCOର ନୂଆ ଉତ୍ପାଦ ଆଲୁମିନିୟମ୍ ଆଲୟ ଏଏ- ୧୨୦୦

ଭୁବନେଶ୍ୱର : ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ କ୍ରମେ ନ୍ୟାସନାଲ୍ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ପକ୍ଷରୁ ଆଲୁମିନିୟମ୍ ଆଲୟ ୧୨୦୦ (ଏଏ ୧୨୦୦)ର ବଜାର ପ୍ରବେଶ କରାଯାଇଛି । ଏଥର ସହ କମ୍ପାନୀର ଉତ୍ପାଦଶୃଙ୍ଖଳାରେଆଉ ଏକ ଆନୁଷଙ୍ଗିକ ଉତ୍ପାଦ ଅନ୍ତର୍ଭୁକ୍ତ ହୋଇଛି । ଏଲ୍ଇଡି ଲ୍ୟାମ୍ପ୍ କ୍ୟାପ ପ୍ରସ୍ତୁତିରେ ଏହାର ବ୍ୟାପକ ବ୍ୟବହାର କରାଯାଇଥାଏ ।

ଏହି ଅବସରରେ NALCOର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ନୂତନ ଉତ୍ପାଦର ଉତ୍ପାଦନ ଓ ବଜାରପ୍ରବେଶ ସହ NALCO ବିବିଧିକରଣ ଏବଂ ସଂପ୍ରସାରଣ ଦିଗରେ ପଦକ୍ଷେପ ଗ୍ରହଣ କରିଆସିଛି । ଆଜିର ପ୍ରତିଦ୍ୱନ୍ଦିତାମୂଳକ ପରିବେଶରେ ଏହି ନୂତନ ଉତ୍ପାଦ ଏଏ ୧୨୦୦ ନୂତନ ବଜାରର ବିକାଶ ତଥା କମ୍ପାନୀର ଆର୍ôଥକ ଲାଭରେ ସହାୟକ ହେବ । ନୂତନ ଉତ୍ପାଦର ବିକାଶ ସହ ଅନଗୁଳର ସ୍ମେଲ୍ଟର୍ ଟିମ୍ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ
NALCOର ମର୍ଯ୍ୟାଦା ବୃଦ୍ଧି ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଜାରୀ ରଖିଛନ୍ତି ବୋଲି ଡଃ ଚାନ୍ଦ କହିଥିଲେ । ସ୍ମେଲ୍ଟର୍ ପ୍ଲାଂଟ ଅଗଷ୍ଟ ୨୦୧୯ ଠାରୁ ଏହି ଭବିଷ୍ୟଧର୍ମୀ ଆଲୟର ବ୍ୟାବସାୟିକ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଆଲୟ୍ ଏଏ ୧୧୦୦ ଭଳି । ବ୍ୟାବସାୟିକ ଆଲୁମିନିୟମ୍ ଆଲୟ ଗ୍ରେଡ୍ ୧୨୦୦ ଦୀର୍ଘସ୍ଥାୟୀ ହେବା ସହ ଏହାର ତାପଜ ପରିବହନ ଓ ପ୍ରତିଫଳନ କ୍ଷମତା ଅତ୍ୟଧିକ । ଏହି ଅଲୟରେ ଆଲୁମିନିୟମ୍ର ସର୍ବନିମ୍ନ ଆବଶ୍ୟକତା ୯୯ ପ୍ରତିଶତ ହୋଇଥିଲେ ମଧ୍ୟ ଏହା ଏକ ବ୍ୟାବସାୟିକ ଭାବେ ବିଶୁଦ୍ଧ ଆଲୁମିନିୟମ୍ ଭାବେ ପରିଗଣିତ । ଆଲୟ୍ ଏଏ ୧୨୦୦ର ବ୍ୟାବସାୟିକ ଉତ୍ପାଦନ ସହ କପର୍ର ବ୍ୟବାହର ହ୍ରାସ ହୋଇପାରିବ, ଯାହା କି ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ଏହି ଉତ୍ପାଦ ପାଇଁ ନାଲ୍କୋ ପୂର୍ବରୁ ବଜାରର ବିକାଶ କରିସାରିଛିଏହି ଉତ୍ପାଦ ପାଇଁ NALCO ପୂର୍ବରୁ ବଜାରର ବିକାଶ କରିସାରିଛି ଏବଂ ନିକଟ ଭବିଷ୍ୟତରେ ଏହି ଉତ୍ପାଦକୁ ବ୍ରାଣ୍ଡିଂ ମଧ୍ୟ କରିବ ।

୨୪ ସେପ୍ଟେମ୍ବରରେ ଅନଗୁଳ ସ୍ଥିତ ସ୍ମେଲ୍ଟର୍ର ରୋଲିଂ ପ୍ଲାଂଟ ଏହି ଉତ୍ପାଦର ପ୍ରଥମ consignment ଶୁଭାରମ୍ଭ ହୋଇଥିଲା । ଏହି ଅବସରରେ, NALCOର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏସ୍ ଆଣ୍ଡ୍ ପି) ଶ୍ରୀ ଏମ୍.ପି. ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାର୍କେଟିଂ) ଶ୍ରୀ ଏସ୍. ସାମନ୍ତରାୟ, ବରିଷ୍ଠ ଅଧିକାରୀବୃନ୍ଦ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।