ନାଲକୋ ପକ୍ଷରୁ ବିଭିନ୍ନ ପୁରସ୍କାର ପାଇଁ ଆବେଦନପତ୍ର ଆହ୍ୱାନ

ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବ ପୁରସ୍କାର

ଭୁବନେଶ୍ୱର : ବିଗତ ବର୍ଷ ପରି ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଜାନୁୟାରୀ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ପୁରସ୍କାର ପାଇଁ ଆବଦନପତ୍ର ଆହ୍ୱାନ କରାଯାଇଛି । ବିଭିନ୍ନ ପୁରସ୍କାର ମଧ୍ୟରେ ଦିବ୍ୟାଙ୍ଗଜନ ଶିଶୁମାନଙ୍କ ହିତସାଧନ ଓ ଥଇଥାନ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କ ପାଇଁ ନାଲ୍କୋ ସ୍ମାଇଲ୍ସ ପୁରସ୍କାର, ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍କୃତ ବିଶାରଦଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନାଲକୋ କାଳିଦାସ ପୁରସ୍କାର ଆଦି ଅନ୍ତର୍ଭୁକ୍ତ । ସେହିପରି, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସ୍ୱିକୃତୀ ପ୍ରଦାନ ଏବଂ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଗୁରୁଙ୍କ ପାଇଁ ନାଲକୋ ଖାରବେଳ ପୁରସ୍କାର ନିମନ୍ତେ ମଧ୍ୟ ଆବେଦନପତ୍ର ଆହ୍ୱାନ କରାଯାଇଛି । ଏହି ପୁରସ୍କାରଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ଧାର୍ଯ୍ୟ ହୋଇଛି । ପୁରସ୍କାରଗୁଡ଼ିକ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ କମ୍ପାନୀର ୱେବ୍ସାଇଟ୍www.nalcoindia.com ରେ ଉପଲବ୍ଧ ।