ନାଲକୋକୁ ଡନ୍ ଆଣ୍ଡ ବ୍ରାଷ୍ଟ୍ରିଟ ସମ୍ମାନ

ରପ୍ତାନିରେ ଉକ୍ରର୍ଷତା ପାଇଁ NALCO ସମ୍ମାନିତ

ଭୁବନେଶ୍ୱର :  ଭାରତୀୟ ଅର୍ଥନୀତି ତଥା ଦେଶର ସାମାଜିକ ଓ ଆର୍ôଥକ ବିକାଶରେ ନାଲ୍କୋ ଦ୍ୱାରା ଗ୍ରହଣ କରାଯାଇଥିବା ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ସ୍ୱରୂପ ନବରତ୍ନ ନାଲ୍କୋକୁ ରପ୍ତାନି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ୨୦୧୯ ପାଇଁ ଡନ୍ ଆଣ୍ଡ ବ୍ରାଷ୍ଟ୍ରିଟ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀଠାରେ ଆୟୋଜିତ ପିଏସ୍ୟୁ ପୁରସ୍କାର ଉତ୍ସବ ଅବସରରେ କେନ୍ଦ୍ର ବୃହତ୍ ଉଦ୍ୟୋଗ ତଥା ଲୋକ ଉଦ୍ୟମ ବିଭାଗ ମନ୍ତ୍ରୀ ଅରବିନ୍ଦ ସାୱନ୍ତ ଏହି ପୁରସ୍କାର ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୮-୧୯ ଆର୍ôଥକ ବର୍ଷରେ NALCO ୪,୭୯୨.୭୧ କୋଟି ଟଙ୍କାର ରପ୍ତାନିଲବ୍ଧ ଆୟ ହାସଲ କରିଥିଲା, ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ ଏବଂ ୨୦୧୭-୧୮ ଆର୍ôଥକବର୍ଷ ତୁଳନାରେ ୧୮% ଅଧିକ । ଡିପାର୍ଟ୍ମେ ପକ୍ଷରୁ ନାଲ୍କୋକୁ ଦେଶର ତୃତୀୟ ସର୍ବାଧିକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟମ ଭାବେ ମାନ୍ୟତା ହାସଲ କରିଛି । NALCOକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ କମ୍ପାନୀର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦଙ୍କୁ ବଜାର ବିଶେଷଜ୍ଞ, ବିଶ୍ଳେଷକ ଏବଂ ବିଭିନ୍ନ ଶିଳ୍ପସଂସ୍ଥାନ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଡନ୍ ଆଣ୍ଡ ବ୍ରାଷ୍ଟ୍ରିଟ ଗବେଷଣା, ପୁସ୍ତକ ପ୍ରକାଶନ ଏବଂ ପୁରସ୍କାର ଆଦି ମାଧ୍ୟମରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁଶୀଳନ କରୁଥିବା ଦେଶର ଏକ ଅଗ୍ରଣୀ ଜ୍ଞାନପ୍ରଦାନକାରୀ ଅନୁଷ୍ଠାନ