ଅଦାଲତ ଅବାମାନନା ମାମଲା : ନାଗେଶ୍ବର ରାଓଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା

ଦିଲ୍ଲୀ : ଅଦାଲତ ଅବାମାନନା ମାମଲାରେ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ସମୟରେ ମୁଜାଫରପୁର ସେଲଟର ହୋମ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଅରୁଣ କୁମାର ଶର୍ମାଙ୍କୁ ବଦଳି କରିଥିଲେ ନାଗେଶ୍ବର ରାଓ । ଏହି ମାମଲାରେ ତଦନ୍ତକରୀ ସିବିଆଇ ଅଧିକାରୀଙ୍କ ବଦଳି କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଥିବା ସତ୍ବେ ନାଗେଶ୍ବର ରାଓ ତାଙ୍କୁ ବଦଳି କରିଥିଲେ । ଏଥିପାଇଁ ପୂର୍ବତନ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ଏବଂ ସିବିଆଇର ଲିଗାଲ୍ ଆଡଭାଇଜରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ, ନାଗେଶ୍ବର ରାଓ ଏବଂ ସିବିଆଇ ଲିଗାଲ୍ ଆଡଭାଇଜରଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି । କେବଳ ସେତିକି ନୁହେଁ କୋର୍ଟ କାର‌୍ୟ୍ୟ ସରିବା ଯାଏଁ, ଉଔଓଙ୍କ କୋର୍ଟରୁମ୍ର ଗୋଟିଏ କୋଣରେ ଉଭୟଙ୍କୁ ବସି ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ ବିଚାରପତି । ବଦଳି ଆଦେଶ ନେଇ ନାଗେଶ୍ବର ରାଓ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ଏହାକୁ କୋର୍ଟ ଖାରଜ କରି ଦେଇଥିଲେ । ଅଦାଲତ ଅବମାନନା ମାମାଲରେ ଶୁଣାଣି କରି ପ୍ରଧାନ ବିଚାରପତି ଭତ୍ସନା କରି କହିଛନ୍ତି ଏହା ନାଗେଶ୍ବର ରାଓଙ୍କ କ୍ୟାରିଅରରେ ଏକ ଦାଗ । ନାଗେଶ୍ବର ରାଓଙ୍କ ତରଫରି ଆଟର୍ଣି ଜେନେରାଲ ବେଣୁଗୋପାଳ ପକ୍ଷ ରଖି କହିଥିଲେ ୩୨ବର୍ଷର ଲମ୍ବା କ୍ୟାରିଅରରେ ଦାୟିତ୍ବ ତୁଲାଇଥିବା ନାବେଶ୍ବରଙ୍କୁ କ୍ଷମା କରି ଦିଆଯାଉ । ତେବେ କୋର୍ଟ କହିଥିଲେ ଯେ, ସେ କୋର୍ଟଙ୍କ ନିର୍ଦ୍ଦେଶ ସହ ଖେଳି ଥିବାରୁ ଆମେ ଏହାକୁ ନିର୍ଦ୍ଦେଶ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଉଛୁ । ଏହା ଅଦାଲତ ଅବମାନନାର ସବୁଠୁ ବଡ ଉଦାହରଣ