ବିବାହ ବନ୍ଧନରେ ନଗଡା ସୁନ୍ଦରୀ

ଯାଜପୁର: ପୁଣିଥରେ ଯାଜପୁରର ନଗଡା ଚର୍ଚ୍ଚାରେ । ନଗଡାର ସୁନ୍ଦରୀ ରଇବାରୀ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତଳ ନଗଡାର ଗୁରୁ ପ୍ରଧାନଙ୍କ ବଡଝିଅ ରୁଇ ଢେଙ୍କାନାଳ ଜିଲ୍ଲା ବିରଶାଳା ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନଙ୍କୁ ଜୁଆଙ୍ଗ ପ୍ରଥା ଓ ପରମ୍ପରା ଅନୁସାରେ ବିବାହ କରିଛନ୍ତି । ନଗଡାର ଏହା ପ୍ରଥମ ସାବାଳକ ବିବାହ । ବିଧାୟକ ପ୍ରୀତିରଞ୍ଜନ ଘଡାଇ ଏହି ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ କରଛନ୍ତି । ନଗଡ଼ା ସୁନ୍ଦରୀ ରଇବାରୀ(ରୁଇ) ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତଳ ନଗଡ଼ାର ଗୁରୁ ପ୍ରଧାନଙ୍କ ବଡ଼ଝିଅ ରୁଇ(୧୯) ଢେଙ୍କାନାଳ ଜିଲ୍ଲା ବିରାଶାଳ ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନ(୨୪)ଙ୍କୁ ଜୁଆଙ୍ଗ ପ୍ରଥା ଓ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ସାଧାରଣତଃ ବାଲ୍ୟ ବିବାହର ଗଡ଼ କୁହାଯାଉଥିବା ନଗଡ଼ା ଅଂଚଳରେ ଏହା ପ୍ରଥମ ବୈଧ ବିବାହ ବୋଲି ଜଣାପଡ଼ିଛି। ଅଧିକ ପାଠ ପଢ଼ିବାର ସୁଯୋଗ ପାଇ ନଥିଲେ ମଧ୍ୟ ଭଲରେ ଗଣନ ଓ ହିସାବ କରିପାରୁଥିବା ସହ ପାରମ୍ପରିକ ଚାଙ୍ଗୁ ନୃତ୍ୟଗୀତରେ ନିପୁଣା ରୁଇ ନଗଡ଼ା ସୁନ୍ଦରୀ ଭାବେ ଜଣାଶୁଣା।