ଭୁବନେଶ୍ୱର : ପରୀକୁ ତଣ୍ଟି ଚିପି ମାରିବାବେଳେ ନାକରୁ ବାହାରିଥିବା ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ସରୋଜ । ଯାହାକୁ ଆଜି ଛାନଭିନ୍ ବେଳେ ଜବତ କରିଛି ଏସଆଇଟି । ତଦନ୍ତକାରୀ ଦଳ ସରୋଜ ଘରର କୋଣଅନୁକୋଣ ତଲାସ କରିଛନ୍ତି । ତଲାସି ବେଳେ ସରୋଜର ରକ୍ତ ଭିଜା ଗାମୁଛାକୁ ଏସଆଇଟି ନେଇଯାଇଥିବା ବେଳେ ଆହୁରି କେତେ ଜିନିଷ ନେଇ ତଦନ୍ତ ପରିସରଭୁକ୍ତ କରିଛି । ଅଧିକ ପରୀକ୍ଷା ପାଇଁ ଗାମୁଛା ଲ୍ୟାବ୍କୁ ପଠାଯାଇଛି । ସେହିପରି ଦ୍ୱିତୀୟ ଦିନରେ ପୋଖରୀରୁ ମିଳିଛି ଏକ ମୋବାଇଲ ଫୋନ୍ । କିନ୍ତୁ ତାହା କାହାର ସେ ନେଇ ଅନୁସନ୍ଧାନ ଜାରି ରହିଛି ।
ଏହାସହ କାଲି ରାତିରେ ପୋଖରୀରୁ ପରୀର ଲେଗିଙ୍ଗସ୍ ମିଳିବା ପରେ ବୁଧବାର ଦ୍ୱିତୀୟ ଦିନରେ ଏହାକୁ ଆହୁରି ଘାଣ୍ଟିଛି ଏସଆଇଟି । ଅଧିକ ପ୍ରମାଣ ପାଇଁ ଦିନ ୧୧ଟାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ଦୁଇ ଘଣ୍ଟା ଧରି ସ୍କୁବା ଡାଇଭର ପୋଖରୀକୁ ଘାଣ୍ଟିଛନ୍ତି ।